ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ହେଲିପୋର୍ଟ ଲାଇସେନ୍ସ ପାଇଁ ପ୍ରକ୍ରିୟାକୁ ସରଳ କରିଛି। ବର୍ତ୍ତମାନ ପାଞ୍ଚଟି ବାହ୍ୟ ସଂସ୍ଥାରୁ ଏନ୍ଓସି ବା କ୍ଲିୟରାନ୍ସ ଆଣିବା ପାଇଁ ଆବେଦନଗୁଡିକ ଆବେଦନକାରୀଙ୍କ ଇଜିସିଏ ପ୍ରୋଫାଇଲରେ ଗୋଟିଏ ଟ୍ୟାବ୍ ମାଧ୍ୟମରେ ଦାଖଲ ହୋଇପାରିବ। ଲାଇସେନ୍ସ ପାଇବାକୁ ଚାହୁଥିବା ବ୍ୟକ୍ତିମାନେ ଇଜିସିଏ ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଆବେଦନ ଦାଖଲ କରିବା ଆବଶ୍ୟକ।
ଏହାପୂର୍ବରୁ କ୍ଲିୟରାନ୍ସ ପାଇବା ପାଇଁ ଅନଲାଇନ୍ ବା ଫିଜିକାଲ୍ ମୋଡ୍ ମାଧ୍ୟମରେ ପାଞ୍ଚଟି ସଂସ୍ଥାରେ ଆବେଦନ କରିବା ଆବଶ୍ୟକ ହେଉଥିଲା, ଯଥା - ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ, ଭାରତର ବିମାନବନ୍ଦର ପ୍ରାଧିକରଣ ଏବଂ ସ୍ଥାନୀୟ ପ୍ରଶାସନ।
ଉପରୋକ୍ତ ପ୍ରକ୍ରିୟା ବର୍ତ୍ତମାନ ସରଳୀକୃତ ହୋଇଛି ଏବଂ ଆବେଦନକାରୀଙ୍କ ଇଜିସିଏ ପ୍ରୋଫାଇଲରେ ଏକ ପୃଥକ ଟ୍ୟାବ୍ ପ୍ରଦାନ କରାଯାଇଛି। ପାଞ୍ଚଟି ବାହ୍ୟ ସଂସ୍ଥାକୁ ଏନ୍ଓସି ପାଇଁ ଆବେଦନଗୁଡିକ ଏହି ଟ୍ୟାବ୍ ମାଧ୍ୟମରେ ପହଞ୍ଚିପାରିବ।
ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବ୍ୟବସାୟକୁ ସହଜ କରିବା ଉପରେ ବିଶେଷ ଧ୍ୟାନ ଦେଇଛି। ଡିଜିସିଏ ଦ୍ବାରା ପ୍ରଦାନ କରାଯାଇଥିବା ବିଭିନ୍ନ ସେବାର ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ନଭେମ୍ବର ୨୦୨୧ରେ ସିନ୍ଧିଆଙ୍କ ଦ୍ବାରା ଇଜିସିଏ (ଇ-ଗଭର୍ନାନ୍ସ ଅଫ୍ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍) ପୋର୍ଟାଲ୍ ଆରମ୍ଭ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/57-11.jpg)