ଉଡାଣ ରଦ୍ଦ କରିବା ଘଟଣାକୁ ନେଇ ଗୋଫାଷ୍ଟକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଡ଼ିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଆଜି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଗୋଫାଷ୍ଟ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି | ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ ବୋଲି ଗୋଫାଷ୍ଟ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ଏହାକୁ ନେଇ ଡ଼ିଜିସିଏ ପକ୍ଷରୁ ନୋଟିସ ଜାରି କରାଯାଇଛି | ଡିଜିସିଏ କହିଛି ଯେ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ନ ଦିଆଯାଇ ଏହି ନିଷ୍ପତ୍ତି ନେଇଛି। ଡିଜିସିଏ କହିଛି ଯେ ଗୋଫାଷ୍ଟ ନିର୍ଦ୍ଦିଷ୍ଟ ସିଡ୍ୟୁଲ କରିବାରେ ବିଫଳ ହୋଇଛି ଯେଉଁଥିପାଇଁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଡ଼ିଜିସିଏ ପକ୍ଷରୁ ନୋଟିସରେ କୁହାଯାଇଛି ଯେ କଣ ପାଇଁ ଏଭଳି ଭୁଲ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତାହାର ଉତ୍ତର ୨୪ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ପଡିବ |

ବିମାନ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିବା ଯାତ୍ରୀଙ୍କ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବାକୁ ଡ଼ିଜିସିଏ ପକ୍ଷରୁ କୁହାଯାଇଛି | ଏହା ଛଡ଼ା ମେ ୫ ତାରିଖରୁ ବିମାନ ଉଡ଼ାଣ କାର୍ଯ୍ୟସୂଚୀ ବିଷୟରେ ସବିଶେଷ ତଥ୍ୟ ମଧ୍ୟ ଏୟାରଲାଇନ୍ସକୁ ଦେବାକୁ ପଡ଼ିବ ବୋଲି ନୋଟିସରେ ଉଲ୍ଲେଖ ଅଛି । ଉଲ୍ଲେଖ ଥାଉ କି ହଠାତ୍ ଏୟାରଲାଇନର ଏଭଳି ନିଷ୍ପତ୍ତି ପାଇଁ ଟିକେଟ ବୁକ୍ କରିଥିବା ଯାତ୍ରୀ ସୋସିଆଲ ମିଡିଆରେ ବିରକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର