ଆଲ୍‌କହଲ୍‌ ଟେଷ୍ଟରେ ବିଫଳ ହେବାରୁ ବିମାନ ଓ ବିମାନବନ୍ଦରର ୧୬ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲା ଡିଜିସିଏ

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୧୬ ତାରିଖରେ ହୋଇଥିବା ଆଲ୍‌କହଲ୍‌ ଟେଷ୍ଟରେ ରେ ଫେଲ୍‌ ହେବା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ବିମାନ ଓ ବିମାନବନ୍ଦରର ୧୫ ଜଣ କର୍ମୀଙ୍କୁ ନିଲମ୍ବିତ କରି ଦେଇଛନ୍ତି। ସେମାନଙ୍କୁ ୩ ମାସ ପାଇଁ ନିଲମ୍ବନ କରାଯାଇଛି ବୋଲି ଡିଜିସିଏ ପକ୍ଷରୁ ସୋମବାର କୁହାଯାଇଛି।

ଇଣ୍ଡିଗୋ, ଗୋଏୟାର୍‌, ସ୍ପାଇସ୍‌ଜେଟ୍‌ ଆଦିର କର୍ମଚାରୀଙ୍କୁ  ଆଲ୍‌କହଲ୍‌ ଟେଷ୍ଟରେ ବିଫଳ ହେବା ପରେ ନିଲମ୍ବିତ କରାଯାଇଛି। ନଭେମ୍ବରରେ ହୋଇଥିବା ବ୍ରେଥ୍‌ ଆନାଲାଇଜର୍‌ ଟେଷ୍ଟରେ ସେମାନେ ଧରା ପଡ଼ିଥିଲେ।

The Hindu

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ସୁରକ୍ଷା ସମ୍ବେଦନଶୀଳ କାର୍ଯ୍ୟରେ ସାମିଲ୍‌ ଅଛନ୍ତି ସେମାନଙ୍କ ଉପରେ ଆମ ବିଭାଗ ତୀକ୍ଷ୍ମ ନଜର ରଖିଛି। ଡିୟୁଟି ସମୟରେ ସେମାନଙ୍କ ନିଶା ସେବନ ଦୁର୍ଘଟଣାର କାରଣ ହୋଇପାରେ ବୋଲି କୁହାଯାଇଛି।

ବେଙ୍ଗାଲୁର ଇଣ୍ଟର୍‌ନେସନାଲ୍‌ ଏୟାର୍‌ପୋର୍ଟ ଲିମିଟେଡ୍‌ର ଜଣେ ସିନିୟର୍‌ ଆସିଷ୍ଟାଣ୍ଟ୍‌ ଓ ଆଉ ଜଣେ ମ୍ୟାନେଜର୍‌ ଏହି ଟେଷ୍ଟରେ ରେ ବିଫଳ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ୧୩ ଜଣ ବିଭିନ୍ନ ଧରଣର କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର