ସ୍ପାଇସ ଜେଟ୍ ଉପରେ ଏକ ମାସର କଟକଣା ଲଗାଇଲେ ଡିଜିସିଏ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିୟାମକ (ଡିଜିସିଏ) ପକ୍ଷରୁ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ ସାମୟିକ କଟକଣା ଲଗାଯାଇଛି । ନିୟମ ଉଲ୍ଲଙ୍ଘନ କରି  ଏହି କମ୍ପାନି ପକ୍ଷରୁ ବିମାନରେ କେତେକ ବିପଜ୍ଜନକ ସାମଗ୍ରୀ ପରିବହନ କରାଯାଉଥିବା ଜଣପଡ଼ିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି ।

ମିଳିଥିବା ସୂଚନା ଅନୁସାରେ ଡିଜିସିଏ  ବିପଜ୍ଜନକ ସାମଗ୍ରୀ ପରିବହନ ପାଇଁ ସ୍ପାଇସ ଜେଟକୁ ଦିଆଯାଇଥିବା ଲାଇସେନ୍ସକୁ ୩୦ ଦିନ ପାଇଁ ନିଲମ୍ବିତ କରିଛନ୍ତି ।  ଏହି ୩୦ ଦିନରେ ଏହି କମ୍ପାନି ନିଜର ଘରୋଇ ଓ ଅନ୍ତର୍ଜାତୀୟ ଫ୍ଲାଇଟରେ ଲିଥିଅନ ଆୟନ ବ୍ୟାଟେରୀ ସମେତ କୌଣସି ବିପଜ୍ଜନକ ସାମଗ୍ରୀ ପରିବହନ କରିପାରିବ ନାହିଁ

ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସ୍ପାଇସ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଜଣେ ଯାତ୍ରୀ ନିଜ ବ୍ୟାଗରେ କିଛି ତାଲିକାଭୁକ୍ତ ବିପଜ୍ଜନକ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା । କିନ୍ତୁ ସେ ଏହି ସାମଗ୍ରୀକୁ ସେ ଅଣ-ବିପଜ୍ଜନକ ସାମଗ୍ରୀ ବୋଲି ଦର୍ଶାଇଥିଲେ । ସଂପୃକ୍ତ ବ୍ୟକ୍ତିକୁ କଳାତାଲିକାଭୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର