ଡିଜିସିଏର ନୂଆ କରୋନା କଟକଣା, ଯାତ୍ରୀ ନିୟମ ନମାନିଲେ ବିମାନରୁ ଓହ୍ଲାଇ ଦିଆଯିବ

ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ

ନୂଆଦିଲ୍ଲୀ : କୋଭିଡ୍‌ ସଂକ୍ରମଣ ବଢ଼ିବାରୁ ସବୁ ସ୍ତରରେ କଟକଣା ବଢ଼ିଛି। ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ପକ୍ଷରୁ କରୋନା କଟକଣା କଡ଼ାକଡ଼ି କରିବାପାଇଁ ପୁଣି ଏକ ନିର୍ଦ୍ଦେଶାବଳି ଜାରି ହୋଇଛି। ଡିଜିସିଏର ନୂଆ ନିୟମ ଅନୁଯାୟୀ ଯେଉଁ ଯାତ୍ରୀ ବିମାନରେ ସଠିକ୍‌ ଭାବେ ଫେସ୍‌ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ଦିଲ୍ଲୀ ହାଇକୋର୍ଟ କରୋନା ନିୟମାବଳୀ ଉଲ୍ଲଂଘନ ମାମଲାକୁ ନିଜଆଡ଼ୁ ଗ୍ରହଣ କରି ନିୟମ କଡ଼ାକଡ଼ି କରିବାକୁ ଡିଜିସିଏକୁ କହିଥିଲେ।

ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ଯାତ୍ରୀମାନେ ବିମାନ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ନକଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ସମସ୍ତ ବିମାନ ସଂସ୍ଥା, ବିମାନବନ୍ଦର ପରିଚାଳନ ଏବଂ ସୁରକ୍ଷାସଂସ୍ଥାମାନଙ୍କୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ନିୟମ ଉଲ୍ଳଂଘନ କରୁଥିବା ଯାତ୍ରୀଙ୍କ ବିରୋଧରେ ଆବଶ୍ୟକ ପଡ଼ି‌ଲେ ଅତି କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ। ଦରକାର ପଡ଼ିଲେ ତାଙ୍କୁ ଜୀବନ ସାରା ବିମାନଯାତ୍ରାକୁ ବାରଣ କରାଯାଇପାରେ। ମାସ୍କ ପିନ୍ଧି ନଥିଲେ ବିମାନବନ୍ଦର ମଧ୍ୟକୁ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯିବନି ବୋଲି ଡିଜିସିଏ ନିର୍ଦ୍ଦେଶାବଳିରେ କୁହାଯାଇଛି।

ସମ୍ବନ୍ଧିତ ଖବର