ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପୈଠ ନକରିବା ଓ ଜିଏସଟି ନିୟମକୁ ପାଳନ ନକରିବା ଘଟଣାକୁ ନେଇ କିଛିଦିନ ହେବ ଅନେକ କମ୍ପାନିକୁ ନୋଟିସ ପଠାଯାଉଛି। ଏହି କ୍ରମରେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗି-ଜୋମାଟୋକୁ ବି ନିକଟରେ ଜିଏସଟି ନୋଟିସ ପଠାଯାଇଛି।

Advertisment

ଏହି ନୋଟିସ ପରେ ଦୁଇ କମ୍ପାନିକୁ ନେଇ ବିବାଦ ବଢିବାରେ ଲାଗିଛି। ଲୋକେ ଏହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ଡିଜିଜିଆଇ ସ୍ବିଗି-ଜୋମାଟୋ କମ୍ପାନିକୁ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପଠାଇଛି।

ଟିକସ ଅଧିକାରୀଙ୍କ କହିବାନୁସାରେ,ସ୍ବିଗି-ଜୋମାଟୋ ଦୁଇଟି କମ୍ପାନି ପକ୍ଷରୁ ଯେଉଁ ଫୁଡ଼ ଡେଲିଭରି କରାଯାଏ ସେଥିରେ ଡେଲିଭରି ଚାର୍ଜ ବି  ଗ୍ରାହକଙ୍କ ଠାରୁ ନିଆଯାଏ। ଏହି ଦୁଇ କମ୍ପାନି ଏପରି ଡେଲିଭରି ଚାର୍ଜ ନେଇ ସେମାନଙ୍କ ରାଜସ୍ବ ଉତ୍ପାଦନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ତେବେ ଏନେଇ ଟିକସ ଅଧିକାରୀମାନେ ଏହି ମାମଲାରେ ପ୍ରାୟ ୧୦୦୦ କୋଟି ଟଙ୍କା ହେରଫେର ଥିବା କହିଛନ୍ତି। ତେଣୁ ଯେବେ‌ଠାରୁ କମ୍ପାନି ସେବା ଦେବା ଆରମ୍ଭ କରିଛି ସେବେଠାରୁ ସଂଗୃହୀତ ଡେଲିଭରି ଫିସ ଉପରେ ୧୮% ଟିକସ ସ୍ବରୁପ ଲାଗୁ କରାଯାଇ ଦୁଇ କମ୍ପାନିକୁ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପଠାଯାଇଛି।

ଏହି ଘଟଣାକୁ ନେଇ ଜୋମାଟୋ ଏବଂ ସ୍ବିଗି କହିଛନ୍ତି, ଡେଲିଭରି ଦେଉଥିବା ବ୍ୟକ୍ତିଙ୍କ ଯିବା ଆସିବା ଖର୍ଚ୍ଚ ପାଇଁ କମ୍ପାନି ‘ଡେଲିଭରି ଚାର୍ଜ’ ନେଇଥାଏ।