ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଥିବା ବେଳେ ରାଜ୍ୟ କଂଗ୍ରେସ ମୁଖ୍ୟ ରେବାନ୍ତ ରେଡ୍ଡୀଙ୍କୁ ସାକ୍ଷାତ କରି ତାଙ୍କୁ ଫୁଲତୋଡ଼ା ଦେଇଥିବାରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ବାଚନ କମିସନ ନିଲମ୍ବିତ କରିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତେଲେଙ୍ଗାନା ଡିଜିପି ଅଞ୍ଜନି କୁମାର ଏବଂ ଅନ୍ୟ ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି। ସୂଚନାଯୋଗ୍ୟ, ଭୋଟ୍ ଗଣତି ଚାଲିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଜିତିବା ଓ ସରକାର ଗଢ଼ିବା ସ୍ପଷ୍ଟ ହୋଇଯିବା ପରେ ଅଞ୍ଜନୀ କୁମାର ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ଆଜି ହାଇଦ୍ରାବାଦସ୍ଥିତ ବାସଭବନରେ ରେଡ୍ଡୀଙ୍କୁ ଭେଟିବାକୁ ଯାଇଥିଲେ। ବରିଷ୍ଠ ପୁଲିସ ଅଧିକାରୀ କଂଗ୍ରେସ ମୁଖ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp