ଢାକା: ସ୍କୁଲ ଉପରେ ବିମାନ ଖସିପଡିବା ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୨୭ରେ ପହଞ୍ଚିଲା ଢାକା ବିମାନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ଭିତରେ ଅଧିକାଂଶ ପିଲା ରହିଛନ୍ତି ।
ତେବେ ଗତକାଲି ବାଂଲାଦେଶ ବାୟୁସେନାର ତାଲିମ ବିମାନ ଅପରାହ୍ନ ୧ଟା ୧୦ ସମୟରେ ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ୍ ସ୍କୁଲ ଆଣ୍ଡ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବିମାନଟି ଖସିପଡିଥିଲା, ଯେଉଁ ସ୍କୁଲରେ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ଦୁର୍ଘଟଣା ସ୍ଥଳରୁ ନିଆଁ ଓ କଳା ଧୂଆଁ ଉଠୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା କି, ବିମାନଟି ସ୍କୁଲର ଗେଟ୍ ନିକଟରେ ପଡି ନିଆଁ ଲାଗିଯାଇଥିଲା । ଆହତଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସମେତ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା । ଘଟଣା ପରେ ବାଂଲାଦେଶ ସେନା ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଏହି ଘଟଣାକୁ ଦୁଃଖର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
ତେବେ ତାଲିମ ନେଉଥିବା ବିମାନଟି ଚୀନ୍-ନିର୍ମିତ ଏଫ-୭ ଜେଟ୍ । ଦୁର୍ଘଟଣାସ୍ଥଳରୁ ଧୂଆଁ ଉଠିବା ସହିତ, ପରିବାରର ଲୋକେ ସ୍କୁଲ ଫାଟକ ବାହାରେ ଏକାଠି ହୋଇଥିଲେ, କେତେକ ପ୍ରାର୍ଥନା କରୁଥିଲେ, କେତେକ କାନ୍ଦୁଥିଲେ ଏବଂ ଅନେକ ସାହାଯ୍ୟ ପାଇଁ ନିବେଦନ କରୁଥିଲେ । ପ୍ରାଥମିକ ପର୍ଯ୍ଯାୟରେ ସ୍କୁଲ ପରିସରରୁ ୧୯ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଇତି ମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/22/dhaka-2025-07-22-11-16-33.jpg)