ନୂଆଦିଲ୍ଲୀ: ତ୍ରିପୁରାରର ରାଜଧାନୀ ଅଗରତାଲାରେ ଥିବା ବାଂଲାଦେଶର ସହକାରୀ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ସୁରକ୍ଷା ବ୍ୟାରିକେଡ୍ ଭଙ୍ଗାଯିବାକୁ ନେଇ ବାଂଲାଦେଶ ସରକାର ଢାକାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ତଲବ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଏହି ଅବସରରେ ବର୍ମା କହିଥିଲେ ଯେ ଭାରତ ଓ ବାଂଲାଦେଶ ମଧ୍ୟରେ ବ୍ୟାପକ ଓ ବହୁମୁଖୀ ସମ୍ପର୍କ ରହିଛି । ଗୋଟିଏ ପ୍ରସଙ୍ଗକୁ ନେଇ ଏହାକୁ ସୀମିତ କରାଯାଇପାରିବ ନାହିଁ ।

Advertisment

 ଏହି ଅବସରରେ ବର୍ମା କହିଥିଲେ ଯେ ଭାରତ ଓ ବାଂଲାଦେଶ ମଧ୍ୟରେ ବ୍ୟାପକ ଓ ବହୁମୁଖୀ ସମ୍ପର୍କ ରହିଛି । ଗୋଟିଏ ପ୍ରସଙ୍ଗକୁ ନେଇ ଏହାକୁ ସୀମିତ କରାଯାଇପାରିବ ନାହିଁ ।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ପ୍ରତିବାଦରେ ବାଂଲାଦେଶରେ ଗତ ସପ୍ତାହରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ବିକ୍ଷୋଭ ସମୟରେ ଉତ୍ତ୍ୟକ୍ତ ଜନତା ବାଂଲାଦେଶର ସହକାରୀ ଉଚ୍ଚାୟୁକ୍ତ ଅଫିସର ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିଦେଇଥିଲେ । ଏହି ଘଟଣାକୁ ନେଇ ବାଂଲାଦେଶ ଅସନ୍ତୋଷ ପ୍ରକାଶ କରିଛି । 

ମଙ୍ଗଳବାର ବାଂଲା ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି ଯେ ଅଗରତାଲା ଘଟଣା ଭାରତ ସରକାରଙ୍କ ବିଫଳତା। ଭାରତ ସରକାରଙ୍କୁ ଚିନ୍ତା କରିବା ଉଚିତ ଯେ ଏହା ଶେଖ ହସିନାଙ୍କ ବାଂଲାଦେଶ ନୁହେଁ । 

ଭାରତୀୟ ରାଷ୍ଟ୍ରଦୂତଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ୍ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ (ବର୍ମା)ଙ୍କୁ ଆସିବାକୁ କୁହାଯାଇଛି। ବିଏସ୍ଏସ୍ କହିଛି ଯେ କାର୍ଯ୍ୟକାରୀ ବୈଦେଶିକ ସଚିବ ରିଆଜ୍ ହମିଦୁଲ୍ଲା ଭାରତୀୟ ହାଇକମିସନରଙ୍କୁ ଡକାଇଥିଲେ।