ଧାନବାଦ: ଧାନବାଦରେ ଶନିବାର ଏକ ନର୍ସିଂହୋମ୍ରେ ଅଗ୍ନିକାଣ୍ଡ ଘଟି ନର୍ସିଂହୋମ୍ର ମାଲିକ ଓ ମାଲିକାଣୀ (ଉଭୟ ଡାକ୍ତର)ଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଧାନବାଦ ପୁଲିସ ସୁପରିନ୍ଟେଣ୍ଡେଣ୍ଟ ସଞ୍ଜୀବ କୁମାର ଏହି ସୂଚନା ଦେଇଛନ୍ତି। ଧାନବାଦର ବ୍ୟାଙ୍କ ମୋର୍ ଅଞ୍ଚଳରେ ଥିବା ଏହି ନର୍ସିଂହୋମ୍ର ଏକ ଅଂଶରେ ଏହାର ପ୍ରତିଷ୍ଠାତା ଡାକ୍ତର ଦମ୍ପତି ମଧ୍ୟ ରହୁଥିଲେ। ରାତି ପ୍ରାୟ ୨ଟା ବେଳେ କୌଣସି କାରଣରୁ ନର୍ସିଂହୋମ୍ର ଷ୍ଟୋର୍ରୁମ୍ରେ ନିଆଁ ଲାଗି ପ୍ରଚୁର ଧୂଆଁ ସୃଷ୍ଟି ହୋଇଥିଲା।
ଏହି ଧୂଆଁରେ ଅଣନିଃଶ୍ବାସୀ ହୋଇ ଡାକ୍ତର ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ପୁଲିସ ପ୍ରକାଶ କରିଛି। ୬ ଜଣ ମୃତକଙ୍କ ମଧ୍ୟରେ ନର୍ସିଂହୋମ୍ର ମାଲିକ ଡ. ବିକାଶ ହାଜରା, ତାଙ୍କ ସ୍ତ୍ରୀ ଡ. ପ୍ରେମା ହାଜରା, ତାଙ୍କ ପୁତୁରା ସୋହନ ଖମାରୀ ଓ ଚାକରାଣୀ ତାରା ଦେବୀ ଅଛନ୍ତି। ଜଣେ ମୃତକଙ୍କ ପରିଚୟ ଜଣାପଡ଼ି ନହିଁ।