ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଗତ ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୧ ଦିନ ପରେ ଆଜି ଶେଷ ହୋଇଛି। ଯାତ୍ରାର ଅନ୍ତିମ ଦିନରେ ମଥୁରା ନଗରୀର ପ୍ରବଳ ପ୍ରତାପି ମହାରାଜ କଂସ ନିଜ ଭଣଜା କୃଷ୍ଣଙ୍କ ହାତରେ ମରିଛନ୍ତି। ପୌରାଣିକ କାହାଣୀକୁ ଆଧାର କରି ବହୁ ବର୍ଷରୁ ଆରମ୍ଭ କରାଯାଇଥିବା ଯାତ୍ରା ସମୟରେ କଂସ ମହାରାଜ ବରଗଡ଼ରେ ରାଜୁତି କରିଥିଲେ। ଆଜି ଯାତ୍ରା ସରିବା ପରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୁବନେଶ୍ୱର ପ୍ରଧାନ ପୁରୀ ଯାଇ ମହୋଦଧିରେ ସ୍ନାନ କରିବେ। ସମୁଦ୍ରରେ ନିଜେ କରିଥିବା ପାପର ପ୍ରାୟଶ୍ଚିତ କରିବେ। ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ ସମୟରେ ଭଗବାନଙ୍କୁ ଭର୍ସନା କରିଥିବାରୁ କ୍ଷମା ମାଗିବେ।

Advertisment