ଧନୁଷ-ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦ ହୋଇନି: କସ୍ତୁରୀ ରାଜା

ହାଇଦ୍ରାବାଦ: ଅଭିନେତା ଧନୁଷ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଲଗା ହେବା ବିଷୟରେ ଘୋଷଣାକୁ ନେଇ ପରିବାରର ପ୍ରତିକ୍ରିୟା ଆସିଛି। ଧନୁଷଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା କସ୍ତୁରୀ ରାଜା ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ନାହାନ୍ତି ବରଂ ଏହା କେବଳ ପାରିବାରିକ କଳହ ବୋଲି ସେ ଉଲ୍ଲେଖ କରିଛନ୍ତି। ଉଭୟେ ଏବେ ହାଇଦ୍ରାବାଦରେ ଅଛନ୍ତି। ସେମାନଙ୍କ ସହ ସେ ଫୋନ୍‌ରେ କଥା ହୋଇଛନ୍ତି ବୋଲି ରାଜା କହିଛନ୍ତି। ଗତ ୧୭ ତାରିଖରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ସୋସିଆଲ ମିଡିଆ ପୋଷ୍ଟ୍‌ରେ କହିଥିଲେ- ୧୮ ବର୍ଷର ବନ୍ଧୁତା, ଦମ୍ପତି, ପିତାମାତା ଏବଂ ପରସ୍ପରକୁ ଶୁଭେଚ୍ଛା ଜଣାଇ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ।

ସମ୍ବନ୍ଧିତ ଖବର