ବାଲେଶ୍ୱର: ପରମାଣୁ ସକ୍ଷମ ମିସାଇଲ ‘ଧନୁଷ’ର ଚାନ୍ଦିପୁରରୁ ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତ ଶୁକ୍ରବାର ପରମାଣୁ ସକ୍ଷମ ବାଲାଷ୍ଟିକ୍‌ ମିସାଇଲ ‘ଧନୁଷ’ର ସଫଳ ପରୀକ୍ଷା କରିଛି। ଗଣମାଧ୍ୟମକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ(ଡିଆଡିଓ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୩୫୦ କିଲୋମିଟର ଲକ୍ଷ୍ୟ ଭେଦ କରିପାରୁଥିବା ମିସାଇଲ୍‌କୁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ଥ ପରୀକ୍ଷା କେନ୍ଦ୍ରରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଡିଆଡିଏର ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟା ୫୨ ମିନିଟରେ ଉତ୍‌କ୍ଷେପଣ କରାଯାଇଥିବା ଧନୁଷ ହେଉଛି ‘ପୃଥ୍ଵୀ’ର ଅନ୍ୟତମ ସଂସ୍କରଣ।

ମିସାଇଲ ‘ଧନୁଷ’ ୫୦୦ କିଲୋ ନେଇ ଉଭୟ ଭୂପୃଷ୍ଠ ଓ ସମୁଦ୍ର ଭିତରୁ ଥାଇ ଉତ୍‌କ୍ଷେପଣ କରିପାାରିବ। ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ‘ଧନୁଷ’ର ସଫଳ ପରୀକ୍ଷା ହୋଇଛି। ପରୀକ୍ଷାକୁ ନେଇ ଯେମିତି ଲକ୍ଷ୍ୟ ରଖାଯାଇଥିଲା ତାହା ମିଳିଛି। ପୂର୍ବରୁ ଏହି ମିସାଇଲକୁ ୨୦୧୫ ଏପ୍ରିଲ ୯ରେ ସଫଳ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର