ବେଦିକୁ ଯିବା ପରିବ‌ର୍ତ୍ତେ ମଶାଣିକୁ ଗଲା ବରର ଶବ, ବିବାହ ଦିନ ଲିଭିଗଲା ଜୀବନ ଦୀପ

ଧାର(ମଧ୍ୟପ୍ରଦେଶ): ବିବାହ ଦିନ ଲିଭିଗଲା ଜୀବନ ଦୀପ। ବେଦିକୁ ଯିବା ପରିବ‌ର୍ତ୍ତେ ମଶାଣିକୁ ଗଲା ବରର ଶବ। ନୂଆ ଜୀବନ ଗଢ଼ିବାର ସ୍ବପ୍ନ ଦେଖି କନ୍ୟା ଘର ଅଭିମୁଖେ ବାହାରିିଥିଲା ବର। ହେଲେ ବାଟରେ ଯମ ଜଗିିବସିଥିବା ଜଣାନଥିଲା। କନ୍ୟା ଘର ଆଉ ମାତ୍ର କିଛି ବାଟ ଥିବା ବେଳେ ଘଟିଥିଲା ଅଘଟଣା। କେଇ ସେକେଣ୍ଡ ମଧ୍ୟରେ ବଦଳିଗଲା ଦୁଇଟି ଜୀବନର ମୋଡ। ଏଭଳି ହୃଦୟ ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ।

ସୂଚନା ମୁତତାାବ, ବରଯାତ୍ରୀ ଗାଁ ଟିଟଗରିଆରୁ ଅଞ୍ଜାଦ ତହସିଲର ଲାବରିଆକୁ ଯାଉଥିଲା। ରାଧେଶ୍ୟାମ ସିଦ୍ଧରଙ୍କ ପୁଅ ରିତେଶ ଗାଁ ଲାବରିଆର ରାଜେନ୍ଦ୍ର ଦାନ୍ତଲେଚାଙ୍କ ଝିଅ ଜ୍ୟୋତିଙ୍କୁ ବିବାହ କରିଥାନ୍ତେ। ବରଯାତ୍ରୀ ବାହାରିବାରେ ବିଳମ୍ବ ହେବାରୁ ବର ବସିଥିବା ଗାଡ଼ିଟି ଦ୍ରୁତ ଗତିରେ କନ୍ୟା ଘରକୁ ଯାଉଥିଲା। ଏହି ସମୟରେ ଫୁଲଗାଁବଡି ନିକଟରେ ବରର ଗାଡି ଭାରସସାମ୍ୟ ହରାଇ ପାଖରେ ଥିବା ଧାନ ବିଲ ଭିତରକୁ ପଶିଯାଇଥିଲ। ଏହି ଦୁର୍ଘଟଣା ପରେ ଗାଡିରେ ଥିବା ରିତେଶଙ୍କ ସମେତ ୪ ଜଣ ଆହତ ହୋଇଥିବା ବେଳେ ରିତେଶ ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଉଥିବା ବେଳେ ଅଧାବାଟରେ ବରର ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର