ଧରାଲି: ଉତ୍ତରକାଶୀସ୍ଥିତ ଧରାଲିର ଜଳ ପ୍ରଳୟ ଏବେ ଲୋକଙ୍କ ଭିତରେ ଭୟରେ ଆତଙ୍କ ସୃଷ୍ଟି କରିଛି। କେମିତି କିଛି ସେକେଣ୍ଡ୍ ମଧ୍ୟରେ ସବୁକିଛି ଜଳରେ ମିଶିଗଲା ତାହା ଭିଡିଓ ଦେଖି ଆମେମାନେ ସମସ୍ତେ ଅନୁଭବ କରିପାରିଛନ୍ତି। ପ୍ରକୃତି ତାଣ୍ଡବ କେତେ ଭୟଙ୍କର ହୋଇପାରେ ତାହା ସୋସିଆଲ ମିଡିଆରେ ଦେଖୁଥିବା ଭିଡିଓରୁ ତ ଜଣାପଡୁଛି। ଏହାରି ମଧ୍ୟରେ ଘଟଣାସ୍ଥଳ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ଶୁକ୍ରବାର ତାଙ୍କ ଉପସ୍ଥିତି ଦେଖି ସେଠାରେ ଥିବା ସମସ୍ତେ ଭାବପ୍ରବଣ ହୋଇ ଉଠିଲେ।
ଅହମ୍ମଦାବାଦର ଇଶାନପୁର ବାସିନ୍ଦା ଧନଗୌରୀ ବରୋଲିଆ ନିଜ ପରିବାର ସହ ଗଙ୍ଗୋତ୍ରୀ ଦର୍ଶନ କରିବାକୁ ଆସିଥିଲେ। ଅଗଷ୍ଟ ୫ ତାରିଖରେ ଉତ୍ତରକାଶୀରେ ହୋଇଥିବା ଦୁର୍ଘଟଣା ସବୁ ଯୋଜନା ଏପଟ ସେପଟ କରି ଦେଇଥିଲା। ଗଙ୍ଗୋତ୍ରୀ ଦର୍ଶନ କରିବା ତ ଦୂରର କଥା, ନିଜ ପରିବାର ସହ ଫସି ରହିଥିଲେ ମହିଳା।
धराली (उत्तरकाशी) में आपदा प्रभावित क्षेत्रों के निरीक्षण के दौरान एक बहन ने साड़ी का किनारा फाड़ कर मेरी कलाई पर राखी के प्रतीक के रूप में बांधा तो मन अत्यंत भावुक हो उठा।
— Pushkar Singh Dhami (@pushkardhami) August 8, 2025
ना थाली, ना चंदन, केवल एक कपड़े का टुकड़ा, लेकिन उसमें रिश्ते का सच्चा एहसास, सुरक्षा का वचन, और मानवता का… pic.twitter.com/DR2B4OFBpA
ହେଲେ ମୁଖ୍ୟମନ୍ତ୍ରୀ ଧାମିଙ୍କ ପ୍ରଚେଷ୍ଟାରେ ରାସ୍ତା କାମ ତୁରନ୍ତି ତ୍ବରାନ୍ବିତ କରାଗଲା। ଉଦ୍ଧାରକାରୀ ଦଳଙ୍କ ପ୍ରଚେଷ୍ଟାରେ ପରିବାର ଲୋକଙ୍କୁ ବିପଦ ଭିତରୁ ବାହାରକୁ ଅଣାଗଲା। ଭୟରେ କମ୍ପୁଥିବା ଚେହେରାରେ ପ୍ରଥମ ଥର ଆଶାର କିରଣ ଦେଖାଗଲା। ଏତେ ଶୀଘ୍ର ସବୁ ଠିକ୍ ହୋଇଯିବ ବୋଲି କଳ୍ପନା କରିନଥିବା ପରିବାରକୁ ସବୁକିଛି ସ୍ବପ୍ନ ପରି ଲାଗୁଥିଲା।
ଏହାରି ଭିତରେ ଶୁକ୍ରବାର ଯେତେବେଳେ ଧାମି ଘଟଣାସ୍ଥଳରେ ପହଞ୍ଚିଲେ ତ ମହିଳା ନିଜର ଭାବପ୍ରବଣତାକୁ ରୋକି ପାରିଲେ ନାହିଁ। ନିଜ ଓଢ଼ଣୀରୁ ଖଣ୍ଡେ ଚିରି ତାଙ୍କ ହାତରେ ବାନ୍ଧିଦେଲେ ଓ ଆପଣ ମୋ ପାଇଁ ସ୍ବୟଂ ଶ୍ରୀକୃଷ୍ଣଙ୍କ ଭଳି ବୋଲି କହିବାକୁ ଲାଗିଲେ। ସେ ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/08/untitled-2025-08-08-19-54-05.jpg)