ବାଙ୍ଗାଲୋର: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ଇସ୍ତଫା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କର୍ଣ୍ଣାଟକ ବିଜେପି ଦାୟିତ୍ୱରେ ଥିବା ଅରୁଣ ସିଂ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହୋଇପାରନ୍ତି। କୁହାଯାଉଛି ଯେ ଉଭୟ ଧର୍ମେନ୍ଦ୍ର ଓ ଅରୁଣ ସିଂହଙ୍କୁ କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାୟିତ୍ୱ ଦେଇପାରନ୍ତି |

Advertisment

ଅନ୍ୟପଟେ କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲୋଟ୍ ଆଜି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ନ କରିବା ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଏସ ୟେଦୁରୁପ୍ପା କହିଛନ୍ତି ଯେ ମୋତେ ଇସ୍ତଫା ଦେବାକୁ କେହି ଚାପ ପକାଇ ନାହାଁନ୍ତି। ମୁଁ ନିଜେ ଏହି ନିଷ୍ପତ୍ତି ନେଇଥିଲି | ଆସନ୍ତା ନିର୍ବାଚନରେ ​​ମୁଁ ବିଜେପିକୁ କ୍ଷମତାକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିବି।

ସୂଚନା ଥାଉ କି ନୂତନ ମୁଖ୍ୟମନ୍ତ୍ରୀ ଦୋୖଡରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଡିଙ୍କ ନାମ ଆଗରେ ରହିଛି | ସେହିପରି ଖଣି ମନ୍ତ୍ରୀ ଥିବା ମୁରୁଗେଶ ନିରାନୀ, ବିଜେପି ସାଧାରଣ ସମ୍ପାଦକ ସି.ଟି ରବି, ରାଜ୍ୟ ଗୃହମନ୍ତ୍ରୀ ବାସବରାଜ ବମ୍ମାଇଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖାଯାଉଛି।