ସାଂସଦ ଭାବେ ଓଡ଼ିଆରେ ଶପଥ ନେ‌ଲେ ଧର୍ମେନ୍ଦ ପ୍ରଧାନ ଓ ଜୁଏଲ୍ ଓରାମ

ନୂଆଦିଲ୍ଳୀ: ସାଂସଦ ଭାବେ ଶପଥ ନେଲେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ । ଆଜି ସଂସଦ ଅଧିବେଶନ ଆରମ୍ଭ ହେବା ପରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦଙ୍କ ଶପଥ ପାଠ କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଛନ୍ତି । ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇଛନ୍ତି। ଦୁଇ ଦିନ ଧରି ଚାଲିବ ଏହି ପ୍ରକ୍ରିୟା । ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବେ । ଏହାପରେ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ବେ ବୋଲ ସୂଚନା ରହିଛି।

ସମ୍ବନ୍ଧିତ ଖବର