ଏଥର ବି ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଓଡ଼ିଶାରୁ ଦୁଇ ଜଣ: ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଦୁଇ ଓଡ଼ିଆ। ଏଯାବତ୍‌ ମିଳିଥିବା ସୂଚନା ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ମୋଦୀ କ୍ୟାବିନେଟ୍‌ରେ ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ସେ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଭେଟି ସାରିଲେଣି।

ଏଥିସହ ବାଲେଶ୍ୱରର ନବ ନିର୍ବାଚିତ ସାଂସଦ ତଥା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ମିଳିଥିବା ଜାଣିବାକୁ ମିଳିଛି। ସେ ମୋଦୀ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହେବାକୁ ଯାଉଥିବା ସୂଚନା ରହିଛି। ସେ ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିବା ଜଣାପଡ଼ିଛି।

ତେବେ ଗତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଜୁଏଲ୍‌ ଓରାମ୍‌ ଏଥର ସ୍ଥାନ ପାଇବା ନେଇ କୌଣସି ବି ସ୍ପଷ୍ଟ ସୂଚନା ଏଯାଏଁ ହସ୍ତଗତ ହୋଇ ନାହିଁ। ଚର୍ଚ୍ଚାରୁ ଜଣାଯାଇଛି କି ହୁଏତ ଦଳ ବରିଷ୍ଠ ଆଦିବାସୀ ନେତା ଜୁଏଲ୍‌ଙ୍କୁ ମନ୍ତ୍ରୀ ପଦ ବଦଳରେ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ।

ସମ୍ବନ୍ଧିତ ଖବର