ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୩୦ ଓ ୩୧ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଗସ୍ତ କାଳରେ ଶ୍ରୀ ପ୍ରଧାନ ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତା ୩୧ ତାରିଖରେ ପ୍ରଥମେ ଭୁବନ ଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବେ । ନୀଳକଣ୍ଠପୁର ଠାରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ଢ଼େଙ୍କାନାଳ ସହରରେ ଜନସାଧାରଣଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଗଷ୍ଟ ୮ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳୀଗୁଡ଼ିକ ପରିଦର୍ଶନ କରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/dharmendra-pradhan-a.jpg)