ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣା: ନବୀନଙ୍କ ଟୁଇଟ୍ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏହାକୁ ନେଇ ନବୀନଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ।

ସେ କହିଛନ୍ତି, ଏହିପରି ଭାରତରେ ଗଣତନ୍ତ୍ର କାମ କରିବା ଉଚିତ୍ । ଆମ ସମସ୍ତଙ୍କର ଭିନ୍ନ ଭିନ୍ନ ମତବାଦ, ବିଶ୍ୱାସ ଏବଂ ମତାମତ ଭିନ୍ନ ରହିପାରେ । ହେଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ଏହା ଭିନ୍ନ ହେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ନବୀନଙ୍କୁ ପ୍ରଂଶସା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣାକୁ ନେଇ ଟୁଇଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକ ଅନୁଷ୍ଠାନ । ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ହେଉଛି ସରକାରର କର୍ତ୍ତବ୍ୟ  ଏବଂ ଅନୁଷ୍ଠାନ ପ୍ରତି ସମ୍ମାନ । କେହି ବି ଏହାର ବିପରୀତ କାମ କରିବେ, ତେବେ ଏହା ଆମ ଗଣତନ୍ତ୍ର ପାଇଁ ଗ୍ରହଣୀୟ ନୁହେଁ ବୋଲି ନବୀନ ଟୁଇଟ୍ କରି ଲେଖିଥିଲେ । ଆଉ ନବୀନଙ୍କ ଏହି କଥାକୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧିତ ଖବର