‘କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ ଅଫେୟାର୍ସ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଦ୍ୟ ଗଠିତ କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ଭାବରେ ଜଣାଶୁଣା “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର୍ସ”ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ମିଳିଛି।

ସୂଚନାଯୋଗ୍ୟ ,ଏହି କମିଟି ଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି ଓ ପଲିସି ନିର୍ଦ୍ଧାରଣ କରିଥାଏ। ଏ କମିଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ। ଏବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗର ଦାୟିତ୍ଵ ତୁଲାଉଛନ୍ତି। ସେ ହେଉଛନ୍ତି ପ୍ରଥମ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଯେ ସାମାଜିକ ଭିତ୍ତିଭୂମିର ବିଭାଗ ତୁଲାଇଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର” ଦାୟିତ୍ଵ ଭାର ଦିଆଯାଇଛି। ଏହାଛଡ଼ା  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ୟାବିନେଟ୍ କମିଟି ଅନ୍ ଏମ୍ପଲଏମେଣ୍ଟ ଏବଂ ସ୍କିଲ୍ ଡେଭଲପମେଣ୍ଟର ବି ସଦସ୍ୟ ହୋଇଛନ୍ତି।

 

ସମ୍ବନ୍ଧିତ ଖବର