ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସାକ୍ଷାତ

ନୂଆଦିଲ୍ଲୀ/ଭୁବନେଶ୍ୱର : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟ ରାଜ୍ୟରେ ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରାଳୟ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଜୈବ ଇନ୍ଧନ ଏବଂ ସିଟି ଗ୍ୟାସ୍‌ ବିତରଣ (ସିବିଜି) ପାଇଁ ଛତିଶଗଡ଼ ଉତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ ଏହି ଆଲୋଚନା କାଳରେ ଉଭୟ ଜୈବ ଇନ୍ଧନର କ୍ଷମତା ଓ ଉତ୍ପାଦନକୁ ବୃଦ୍ଧି କରିବା ଉପରେ ଚର୍ଚ୍ଚା କରିଥିଲେ।

‌ସେହିପରି ଭିଲାଇ ଇସ୍ପାତ କାରଖାନାର ଦକ୍ଷତା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା। ଛତିଶଗଡ଼ର ସମଗ୍ର ବିକାଶ ପାଇଁ ବିଶେଷ ଭାବେ ଖଣି ଲିଜ୍‌ର ସଂପ୍ରସାରଣ ସମେତ ଏନଏମ୍‌ଡିସିର ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରକଳ୍ପ ପାଇଁ ଶ୍ରୀ ପ୍ରଧାନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର