କତାର୍‌ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କତାର୍‌ର ଉର୍ଜା ମନ୍ତ୍ରୀ ଇଆର. ସାଦ୍ ଶେରିଦା ଅଲ୍‌-କାବିଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବଢାଇବା ପାଇଁ ସହମତି ପ୍ରକାଶ ପାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଭାରତ ପାଇଁ କତାର୍‌ ଦୀର୍ଘକାଳୀନ ଉର୍ଜା ସହଯୋଗୀ ଦେଶ । ଦୁଇ ଦେଶ ମଧ୍ୟରେ ହାଇଡ୍ରୋକାର୍ବନ ମାଧ୍ୟମରେ ଉର୍ଜାର ଚାହିଦାକୁ ଆହୁରି ଅଧିକ ବଢାଯାଇପାରିବ । ଉର୍ଜା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ବୈଠକରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର