ନୂଆଦିଲ୍ଲୀ: ଗୁରୁବାର ଦିନ ଏନ୍ଟିଏ ଅଦାଲତରେ କହିଥିଲା କି ୧୫୬୩ରୁ ଅଧିକ ନିଟ୍ ୟୁଜି-୨୦୨୪ ଛାତ୍ରଛାତ୍ରୀଙ୍କ ଫଳାଫଳକୁ ପୁନମୂଲ୍ୟାଙ୍କନ କରିବାକୁ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ‘ଗ୍ରେସ୍ ମାର୍କ’ ପ୍ରଦାନ କରାଯାଇଥିଲା। ପରୀକ୍ଷାରେ ପାଇଁ ସମୟ ନଷ୍ଟ ହୋଇଥିବା କାରଣରୁ ଏହି ମାର୍କ ଦିଆଯାଇଥିଲା। ଏବେ ଅଦାଲତ ସେ ‘ଗ୍ରେସ୍ ମାର୍କ’କୁ ରଦ୍ଦ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ପ୍ରଭାବିତ ହୋଇଛନ୍ତି ସେମାନେ ଜୁନ୍ ୨୩ ତାରିଖରେ ଆଉ ଥରେ ପରୀକ୍ଷା ଦେବେ ଓ ସେମାନଙ୍କ ଫଳାଫଳ ଜୁନ୍ ୩୦ ପୂର୍ବରୁ ଘୋଷଣା ହେବ ବୋଲି ଶୁଣାଣି ହୋଇଛି।
ଏହି ପ୍ରସଂଗରେ ଏବେ ନିଜର ମତ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପରୀକ୍ଷାର୍ଥୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଉଭୟ ସରକାର ଓ ଏନ୍ଟିଏ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ତତ୍ପର। ପେପର୍ ଲିକ୍ ହୋଇନାହିଁ। ସେପରି କୌଣସି ପ୍ରମାଣ ଏଯାବତ୍ ମିଳିନାହିଁ ବୋଳି ସେ କହିଛନ୍ତି।
#WATCH | On the Supreme Court's hearing on the NEET-UG 2024 exam, Education Minister Dharmendra Pradhan says "I want to assure the students and their parents that the Govt of India and NTA are committed to providing justice to them. 24 lakh students have successfully taken the… pic.twitter.com/pIldTPehEf
— ANI (@ANI) June 13, 2024
ଧର୍ମେନ୍ଦ୍ର କହିଛନ୍ତି, ‘‘"ମୁଁ ଛାତ୍ର ଏବଂ ସେମାନଙ୍କ ପିତାମାତାଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଭାରତ ସରକାର ଏବଂ ଏନଟିଆ ପ୍ରତିଶ୍ରୁତିବଦ୍ଧ। ୨୪ ଲକ୍ଷ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଛନ୍ତି। କୌଣସି ପେପର୍ ଲିକ୍ ନାହିଁ, ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। କୋର୍ଟ ପ୍ରାୟ ୧୫୬୦ ଜଣ ଛାତ୍ରଙ୍କ ପାଇଁ ସୁପାରିସ କରାଯାଇଥିବା ମଡେଲ ଗ୍ରହଣ କରିଥିଲେ ଏବଂ ଏଥିପାଇଁ ଏକାଡେମୀର ଏକ ପ୍ୟାନେଲ ଗଠନ କରାଯାଇଥିଲା। ଆମେ କୋର୍ଟଙ୍କ ରାୟ ଗ୍ରହଣ କରିବୁ।’’