ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଲାଗି ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଲୋକଙ୍କୁ ଫାଇଦା ମିଳିବ। କିନ୍ତୁ ଏଯାବତ୍ ଜିଏସଟି କାଉନସିଲ କୌଣସି ପଦକ୍ଷେପ ନେଇ ନାହାନ୍ତି। ବର୍ତ୍ତମାନ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଦାୟିତ୍ବ ଜିଏସଟି କାଉନସିଲଙ୍କର।
We are consistently requesting the GST council to include petroleum products under its purview as it will benefit people. But it is their call to take: Union Petroleum Minister Dharmendra Pradhan pic.twitter.com/7ini4v3RTg
— ANI (@ANI) February 23, 2021
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଟିକସ ପଇସାରେ ବିକାଶ କାମ କରାଯାଉଛି। କରୋନା କାଳରେ ପେଟ୍ରୋଲ-ଡିଜେଲ ଉପରୁ ଆଦାୟ ହୋଇଥିବା କେନ୍ଦ୍ରୀୟ ଟିକସରେ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି କେବଳ ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚକୁ ଚଳିତ ବଜେଟରେ ବ୍ୟବବରାଦ ୧୩୭ ପ୍ରତିଶତ ଅଧିକ କରାଯାଇଛି। ଗତ ଥର ଅପେକ୍ଷା ବଜେଟରେ ଖର୍ଚ୍ଚ ପରିମାଣ ୩୨ ପ୍ରତିଶତ ଅଧିକ ରହିଥିବାରୁ ଟିକସ ଅର୍ଥରେ ଏହି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।