ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଦେଶର ପେଟ୍ରୋଲିୟମ ମନ୍ତ୍ରୀଭାବେ ସର୍ବାଧିକ ସମୟ କାର୍ଯ୍ୟ କରିବାର ରେକର୍ଡ ତାଙ୍କ ନାମରେ ଲେଖାହେବାକୁ ଯାଉଛି। ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାମ ନାଏକ ପେଟ୍ରୋଲିୟମ ମନ୍ତ୍ରୀଭାବେ ପୂରା ୫ ବର୍ଷ କାର୍ଯ୍ୟ କରିଥିଲେ। ଏତଦବ୍ୟତୀତ ସ୍ବର୍ଗତ ମୁରଲୀ ଦେଓରା ମଧ୍ୟ ୫ ବର୍ଷ ପାଇଁ ଦେଶର ପେଟ୍ରୋଲିୟମ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ତେବେ ସେ ଗୋଟିଏ ସରକାର ଅମଳରେ ଏହି ସୁଯୋଗ ପାଇ ନଥିଲେ। ଉପା-୧ ଏବଂ ଉପା-୨ ସରକାର ୨୦୦୬ ଜାନୁଆରିରୁ ୨୦୧୧ ଜାନୁଆରି ପର୍ଯ୍ୟନ୍ତ ସ୍ବର୍ଗତ ଦେଓରା ଏହି ଦାୟିତ୍ବ ସମ୍ଭାଳିଥିଲେ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ମୋଦୀ ସରକାରଙ୍କ ପ୍ରଥମ ଅମଳରେ ପେଟ୍ରୋଲିୟମ ମନ୍ତ୍ରୀଭାବେ ପୂରା ୫ ବର୍ଷ କାର୍ଯ୍ୟ କରିବା ସହିତ ଦ୍ବିତୀୟ ଥର ପାଇଁ ସେ ପେଟ୍ରୋଲିୟମ ମନ୍ତ୍ରୀ ହୋଇଛନ୍ତି। ଆଜି ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ନୂଆଦିଲ୍ଲୀରେ ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ବ ନେଇଛନ୍ତି।
ସବୁଠୁ ଅଧିକ ସମୟ ପେଟ୍ରୋଲିୟମ ମନ୍ତ୍ରୀ ହେବାରେ ରେକର୍ଡ କଲେ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2019/06/dhamendra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)