ନୂଆଦିଲ୍ଲୀ : ବଲିଉଡ୍ରେ ନିଜ ଅଭିନୟ ଏବଂ ଡାଏଲଗ୍ ଦ୍ୱାରା ଲୋକପ୍ରିୟ ହୋଇଥିବା ଅଭିନେତା ସନ୍ନି ଦେଓଲ ଚଳିତ ବର୍ଷ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି । ପୂର୍ବରୁ କୌଣସି ଯୋଜନା ନ ଥାଇ ହଠାତ୍ ସେ ବିଜେପିର ହାତ ଧରିଥିଲେ । ଏହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଜେପିରେ ସାମିଲ ହେବା ପରେ ତାଙ୍କୁ ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିଥିଲା । କିନ୍ତୁ ଟିକେଟ ମିଳି ସାରି ନିର୍ବାଚନ ପ୍ରଚାର ଆରମ୍ଭ ହୋଇ ସାରିବା ପରେ ଏବେ ସନ୍ନିଙ୍କ ବାପା ଧର୍ମେନ୍ଦ୍ର ଏକ ବଡ଼ ଖୁଲାସା କରିଛନ୍ତି । ସନ୍ନିଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ଲଢ଼ୁଥିବା ପ୍ରାର୍ଥୀଙ୍କ ବିଷୟରେ ଜଣାଥିଲେ ମୁଁ କେବେ ହେଲେ ସନ୍ନିଙ୍କୁ ଗୁରୁଦାସପୁରରୁ ଲଢ଼ିବାକୁ ଦେଇ ନଥାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
The Statesmanସୂଚନା ମୁତାବକ, ଗୁରୁଦାସପୁରରୁ ସନ୍ନିଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ବଳରାମ ଝାକଡ଼ଙ୍କ ପୁଅ ସୁନୀଲ ଝାଖଡ଼ । ତେବେ ବଳରାମ ଝାକଡ଼ ଧର୍ମେନ୍ଦ୍ରଙ୍କ ଜଣେ ଭଲ ବନ୍ଧୁ ହୋଇଥିବାରୁ ଧର୍ମେନ୍ଦ୍ର ଏଭଳି କହିଥିବା ଜଣା ପଡ଼ିଛି । ପୂର୍ବରୁ ଜଣାଥିଲେ ସନ୍ନିଙ୍କୁ ଅନ୍ୟ କେଉଁଠାରୁ ନିର୍ବାଚନ ଲଢ଼ିବା ପାଇଁ କହିଥାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/7efrq5g8_sunny-deol-dharmendra-instagram_625x300_30_April_19.jpg)