ସନ୍ନି ଦେଓଲଙ୍କ ବିପକ୍ଷରେ ଲଢ଼ୁଥିବା ପ୍ରାର୍ଥୀଙ୍କ ବିଷୟରେ ଜାଣି ଧର୍ମେନ୍ଦ୍ର କହିଲେ; ମୋତେ ପୂର୍ବରୁ ଜଣାଥିଲେ ମୁଁ କେବେ ସନ୍ନିଙ୍କୁ ଲଢ଼ିବାକୁ ଦେଇ ନଥାନ୍ତି

ନୂଆଦିଲ୍ଲୀ : ବଲିଉଡ୍‌ରେ ନିଜ ଅଭିନୟ ଏବଂ ଡାଏଲଗ୍‌ ଦ୍ୱାରା ଲୋକପ୍ରିୟ ହୋଇଥିବା ଅଭିନେତା ସନ୍ନି ଦେଓଲ ଚଳିତ ବର୍ଷ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି । ପୂର୍ବରୁ କୌଣସି ଯୋଜନା ନ ଥାଇ ହଠାତ୍‌ ସେ ବିଜେପିର ହାତ ଧରିଥିଲେ । ଏହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଜେପିରେ ସାମିଲ ହେବା ପରେ ତାଙ୍କୁ ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିଥିଲା । କିନ୍ତୁ ଟିକେଟ ମିଳି ସାରି ନିର୍ବାଚନ ପ୍ରଚାର ଆରମ୍ଭ ହୋଇ ସାରିବା ପରେ ଏବେ ସନ୍ନିଙ୍କ ବାପା ଧର୍ମେନ୍ଦ୍ର ଏକ ବଡ଼ ଖୁଲାସା କରିଛନ୍ତି । ସନ୍ନିଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ଲଢ଼ୁଥିବା ପ୍ରାର୍ଥୀଙ୍କ ବିଷୟରେ ଜଣାଥିଲେ ମୁଁ କେବେ ହେଲେ ସନ୍ନିଙ୍କୁ ଗୁରୁଦାସପୁରରୁ ଲଢ଼ିବାକୁ ଦେଇ ନଥାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

The Statesman

ସୂଚନା ମୁତାବକ, ଗୁରୁଦାସପୁରରୁ ସନ୍ନିଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ବଳରାମ ଝାକଡ଼ଙ୍କ ପୁଅ  ସୁନୀଲ ଝାଖଡ଼ । ତେବେ ବଳରାମ ଝାକଡ଼ ଧର୍ମେନ୍ଦ୍ରଙ୍କ ଜଣେ ଭଲ ବନ୍ଧୁ ହୋଇଥିବାରୁ ଧର୍ମେନ୍ଦ୍ର ଏଭଳି କହିଥିବା ଜଣା ପଡ଼ିଛି । ପୂର୍ବରୁ ଜଣାଥିଲେ ସନ୍ନିଙ୍କୁ ଅନ୍ୟ କେଉଁଠାରୁ ନିର୍ବାଚନ ଲଢ଼ିବା ପାଇଁ କହିଥାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସମ୍ବନ୍ଧିତ ଖବର