ଭୁବନେଶ୍ବର/ବଲାଙ୍ଗୀର: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍‌ ନେଇ ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

Advertisment

ଆୟକର ବିଭାଗର ଯାଞ୍ଚ ଜାରି ରହିଛି। ଏହାରି ଭିତରେ ସାଂସଦ ଧୀରଜ ସାହୁଙ୍କ କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କୁ ବନ୍ଧୁକ ଧରିଥିବା ବେଳେ ବନ୍ୟଜନ୍ତୁଙ୍କ ସହିତ ଫଟୋ ଉଠାଇଥିବାର ଦେଖିବାକୁ ମିଳୁଛି। ବନ୍ୟଜନ୍ତୁଙ୍କ ସହିତ ଧୀରଜ ଉଠାଇଥିବା ଫଟୋ ସିଙ୍ଗାପୁରର ଏକ ପ୍ରାଣୀଉଦ୍ୟାନର ବୋଲି କୁହାଯାଉଛି। ଯେଉଁଠାକୁ ସେ ଅନେକ ଦିନ ପୂର୍ବରୁ ବୁଲିବାକୁ ଯାଇଥିବା ଜଣାପଡ଼ିଛି।

publive-image

ଧୀରଜ ସାହୁଙ୍କର ଜବତ ହୋଇଥିବା ଟଙ୍କାକୁ ଗଣିବା ପାଇଁ ଆୟକର ବିଭାଗ ଓ ବିଭିନ୍ନ ବ୍ୟାଙ୍କର ପାଖାପାଖି ୮୦ ଜଣ ସଦସ୍ୟ ଥିବା ୯ଟି ଦଳ ଗଠନ କରାଯାଇଛି। ଏହି ଦଳରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟଙ୍କ ଡିୟୁଟିକୁ ୨୪ଘଣ୍ଟିଆ କରି ଦିଆଯାଇଛି।

ଏଭଳି ସମୟରେ ଧୀରଜ ସାହୁଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କଳାଧନକୁ ନେଇ ଚିନ୍ତପ୍ରକଟ କରି କହିଥିଲେ, ‘ଲୋକେମାନେ କଳାଧନକୁ କେଉଁଠାରୁ ଆଣନ୍ତି ଓ ତାହାକୁ କେଉଁଠାରେ ଜମା କରି ରଖନ୍ତି ମୁଁ କିଛି ବୁଝି ପାବେ ନାହିଁ।’

ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ଧୀରଜ ସାହୁଙ୍କ ଏହି ପୁରୁଣା ଟୁଇଟକୁ କଟାକ୍ଷ କରି କହିଛନ୍ତି, ‘ଏତେମାତ୍ରାରେ କଳାଧନ କେଉଁଠାରେ ଜମା କରନ୍ତି? ଧୀରଜଙ୍କ ସେନସ ଅଫ ହ୍ୟୁମର ପ୍ରଶଂସନୀୟ।’