ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏବେ ବାଗେଶ୍ଵର ବାବା ବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଶ୍ରୀମଦ୍ ଭାଗବତ କଥା ଚାଲିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ଶ୍ରୀମଦ୍ ଭାଗବତ କଥା ବେଳେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଦିଲ୍ଲୀ ରାଜନୀତିରେ ଜୋରଦାର ଆଲୋଚନା ହୋଇଛି | ବାସ୍ତବରେ ବିଜେପି ନେତା କପିଲ ମିଶ୍ରାଙ୍କୁ ପ୍ରଶଂସା କରିଥିଲେ। ବାଗେଶ୍ୱର ସରକାର କହିଛନ୍ତି ଯେ, କପିଲ ମିଶ୍ର ଜଣେ ହିନ୍ଦୁବାଦୀ ନେତା ଏବଂ ସେ ମୋର ଅତ୍ୟନ୍ତ ପ୍ରିୟ। ସେ କହିଥିଲେ,ଯେ 'ଆମେ ଘୃଣା ନୁହେଁ, ପ୍ରେମ ଚାଁହୁ | ଗର୍ବର ସହିତ କହୁଛୁ ଯେ ଆମେ ହିନ୍ଦୁତ୍ୱବାଦୀ | ଏହାପରେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଥିଲେ ଯେ ଆଜିର ଭାଗବତ କଥା ଶୁଣିବାକୁ ଜଣେ ହିନ୍ଦୁବାଦୀ ସିଂହ କପିଲ ମିଶ୍ରା ଆସିଛନ୍ତି।
आज कथा में एक हिंदू शेर आया है जिसका नाम है - कपिल मिश्रा pic.twitter.com/qaCZOYFJrg
— Sandeep Thakur (@thakurbjpdelhi) July 13, 2023
ସେ ମୋର ଅତ୍ୟନ୍ତ ପ୍ରିୟ, ସେ ମୋର ଜଣେ ଘନିଷ୍ଠ ଶିଷ୍ୟ | ସେ ହିନ୍ଦୁମାନଙ୍କ ପାଇଁ କରୁଥିବା କାର୍ଯ୍ୟ ପ୍ରଶଂସନୀୟ। 'ଉଲ୍ଲେଖ ଥାଉ କି ଯେ ଗତ ଜୁଲାଇ ୯ ତାରିଖରୁ ବାଗେଶ୍ଵର ସରକାରଙ୍କର ଶ୍ରୀମଦ୍ ଭାଗବତ କଥା ଗ୍ରେଟର ନୋଏଡାରେ ଆରମ୍ଭ ହୋଇଥିଲା | ଏହା ୧୬ ଜୁଲାଇ ପର୍ଯ୍ୟନ୍ତ ଚାଲିବ | ତେବେ ଏହାକୁ ଶୁଣିବାକୁ କପିଲ ଆସିଥିବାବେଳେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କିଛି ଏଭଳି କହିଥିଲେ | ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି |