ନୂଆଦିଲ୍ଲୀ: ଧାର୍ମିକ ପ୍ରଚାରକ ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସାନଭାଇ ଶାଲିଗ୍ରାମ ଓରଫ ସୌରଭ ଗର୍ଗ ଏକ ଭିଡିଓ ଜରିଆରେ ବଡ଼ ଭାଇ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବା କଥା କହୁଥିବାର ନଜର ଆସିଥିଲେ। ମଙ୍ଗଳବାର ସେ ଏହି ବୟାନର ୟୁଟର୍ଣ୍ଣ ନେଇ ଗଣମାଧ୍ୟମକୁ ଦୋଷ ଦେଇଛନ୍ତି।
ଶାଲିଗ୍ରାମଙ୍କ ଏକ ନୂଆ ଭିଡିଓ ବାଗେଶ୍ବର ଧାମ ସରକାରଙ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହି ଭିଡିଓ ପୋଷ୍ଟ କରି ଲେଖାଯାଇଛି, ‘ଗତକାଲି ସନ୍ଧ୍ୟାରେ ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା କି ଶାଲିଗ୍ରାମ ତାଙ୍କ ଭାଇ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କକୁ ଭାଙ୍ଗି ଦେଇଛନ୍ତି।
ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ ବି ଏମିତି ଆଦୌ ହୋଇନାହିଁ। ଶାଲିଗ୍ରାମଙ୍କ କହିବା ଉଦ୍ଦେଶ୍ୟ ଥିଲା କି ତାଙ୍କର କୌଣସି ଦୋଷ ତ୍ରୁଟିକୁ ପୂଜ୍ୟ ସରକାର ଓ ବାଗେଶ୍ବର ଧାମ ପୀଠ ସହିତ ଜଡ଼ିତ କରା ନଯାଉ।’
ନୂଆ ଭିଡିଓରେ ଶାଲିଗ୍ରାମ କୌଣସି ଏକ କାର ଭିତରେ ବସି ଭାଇରାଲ ହୋଇଥିବା ଭିଡିଓକୁ ନେଇ ସଫେଇ ଦେଉଥିବା ଶୁଣିବାକୁ ମିଳୁଛି।
ଶାଲିଗ୍ରାମ ନୂଆ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ଜୟ ଶ୍ରୀ ରାମ, ଜୟ ବାଗେଶ୍ବର ଧାମ। ସୋସିଆଲ ମିଡିଆରେ ଓ କିଛି ନ୍ୟୁଜ ଚାନେଲରେ ଏକ ଭିଡିଓ ଭୁଲତଥ୍ୟ ସହିତ ଘୁରି ବୁଲୁଛି। ଆମର ଉଦ୍ଦେଶ୍ୟ ସେପରି କିଛି ନଥିଲା। ଆପଣମାନେ ମୋତେ ଭୁଲ ବୁଝିବେ ନାହିଁ।
ମୋର ଉଦ୍ଦେଶ୍ୟ ଥିଲା ମୋ ପାଇଁ ସନାତନୀ ହିନ୍ଦୁମାନଙ୍କୁ ଓ ବାଗେଶ୍ବର ମହାରାଜ ଜୀଙ୍କ ପ୍ରତି ଯେଉଁ ଅସ୍ଥା ଅଛି ସେଥିପ୍ରତି ଆଞ୍ଚ ନଆସୁ। ପୂର୍ବ ଭିଡିଓଟି ସନାତନ ସାଧୁ ଓ ସନ୍ଥଙ୍କୁ କ୍ଷମା ମାଗିବା ଉଦ୍ଦେଶ୍ୟରେ ଥିଲା।’