ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କଲେ ଧୋନି

ନୂଆଦିଲ୍ଲୀ : ଆଇପିଏସ୍‌ ଅଧିକାରୀ ଜି. ସମ୍ପଥ କୁମାରଙ୍କ ବିରୋଧରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସି˚ହ ଧୋନି ମାଡ୍ରାସ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ସୁପ୍ରିମ୍‌କୋର୍ଟ ଓ ରାଜ୍ୟର କିଛି ବରିଷ୍ଠ ଆଇନଜୀବୀଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇଥିବାରୁ ସ˚ପୃକ୍ତ ଆଇପିଏସ୍‌ ଅଧିକାରୀଙ୍କୁ ସମନ୍‌ କରିବାକୁ ଧୋନି କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଶୁକ୍ରବାର ଯଦିଓ ଏହି ମାମଲା ତାଲିକାରେ ଆସିଥିଲା, କିନ୍ତୁ ଶୁଣାଣି ହୋଇପାରିନଥିଲା।

୨୦୧୪ରେ ସ˚ପୃକ୍ତ ତତ୍କାଳୀନ ପୁଲିସ୍‌ ଆଇଜି ସମ୍ପଥ୍‌ଙ୍କୁ କୌଣସି ମ୍ୟାଚ୍‌ ଫିକ୍ସି˚ କିମ୍ବା ସ୍ପଟ୍‌ ଫିକ୍ସି˚ ମ୍ୟାଚ୍‌ ସହ ଧୋନିଙ୍କୁ ନଯୋଡ଼ିବାକୁ ଓ ଏନେଇ ବିବାଦୀୟ ମନ୍ତବ୍ୟ ଦେବାକୁ ବାରଣ କରିବା ପାଇଁ ଧୋନି ନିମ୍ନ ଅଦାଲତରେ ଏକ ମାମଲା ଦାୟର କରିଥିଲେ। ଏଥିସହିତ ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ୍‌ ଆସୁଥିବାରୁ କ୍ଷତିପୂରଣ ସଦୃଶ ୧୦୦ କୋଟି ଟଙ୍କା ଭରଣା କରିବାକୁ ଧୋନି ଆବେଦନରେ ଦର୍ଶାଇଥିଲେ। ୨୦୧୪ ମାର୍ଚ୍ଚ ୧୪ରେ ଆସିଥିବା ଅନ୍ତରୀଣ ନିର୍ଦ୍ଦେଶରେ ଧୋନିଙ୍କ ଉପରେ କୌଣସି ଟିପ୍ପଣୀ ଦେବାକୁ ସମ୍ପଥ କୁମାରଙ୍କୁ ବାରଣ କରାଯାଇଥିଲା। ଏହି ନିର୍ଦ୍ଦେଶ ସତ୍ତ୍ବେ ସମ୍ପଥ ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲା ବେଳେ ସେଥିରେ ନ୍ୟାୟପାଳିକା ଏବ˚ ତାଙ୍କ ମାମଲାରେ ରାଜ୍ୟ ପାଇଁ ଲଢୁଥିବା କିଛି ବରିଷ୍ଠ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ପରେ ଗତ ୨୦୨୧ ଡିସେମ୍ବରରେ ଏହି ଘଟଣା ମାଡ୍ରାସ ହାଇକୋର୍ଟଙ୍କ ନଜରକୁ ଆସିଥିଲା ଓ ଆଉ ଏକ ମାମଲା ଦାୟର ହୋଇଥିଲା। ଗତ ଜୁଲାଇ ୧୮ରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଆର‌୍‌. ସାନ୍‌ମୁଗସୁନ୍ଦରମ୍‌ଙ୍କ ସହମତି ମିଳିବା ପରେ ଧୋନି ଅକ୍ଟୋବର ୧୧ ତାରିଖରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର