ସେନାରୁ ଫେରି ବିଜ୍ଞାପନ ସୁଟିଂ କଲେ ଧୋନି

ନୂଆଦିଲ୍ଲୀ: ସେନାରେ କାର୍ଯ୍ୟ କରିବା ପାଇଁ କ୍ୟାପଟେନ କୁଲ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟରୁ କିଛି ଦିନ ପାଇଁ ବିରତି ନେଇଥିଲେ | ତେବେ ଧୋନିଙ୍କର ଡ୍ୟୁଟି ଅଗଷ୍ଟ ୧୫ ତାରିଖରେ ସମାପ୍ତ ହୋଇଯାଇଛି | ଧୋନି ସେନାରୁ ଫେରିବା ପରେ ଏବେ ବିଜ୍ଞାପନ ସୁଟିଂ ଆରମ୍ଭ କରିଦେଇଛନ୍ତି |

Zee News

କୁହାଯାଉଛି ଅଗଷ୍ଟ ୨୧ ତାରିଖରେ ଧୋନି ମୁମ୍ବାଇର ମେହବୁବ ଷ୍ଟ୍ୟୁଡ଼ିଓରେ ଏକ ବିଜ୍ଞାପନ ସୁଟିଙ୍ଗ କରିଛନ୍ତି | ଏହି ସମୟରେ ଧୋନିଙ୍କ ଝିଅ ଜିଭା ଓ ପତ୍ନୀ ସାକ୍ଷୀ ସିଂ ମଧ୍ୟ ଉପସ୍ଥିତ ଥିଲେ | ଧୋନିଙ୍କ ହେୟାରଷ୍ଟାଇଲିଷ୍ଟ ସପନା ମୋତି ନିଜ ଅଫିସିଆଲ ଇନ୍ସଟାଗ୍ରାମରେ ସୁଟିଂ ସମୟର ଫଟୋ ପୋଷ୍ଟ କରିଛନ୍ତି |

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କାଶ୍ମୀରରେ ଆତଙ୍କବାଦ ନିରୋଧ ୟୁନିଟରେ ପ୍ରଥମ ଥର ପାଇଁ ସାମିଲ ହୋଇ ପାରା କମାଣ୍ଡୋଙ୍କ ସହ କାର୍ଯ୍ୟ କରିଥିଲେ | ଏଠାରେ ସୂଚନା ଥାଉ କି ଧୋନି ଟେରିଟୋରିୟଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲେଫ୍‌ଟନେଣ୍ଟ କର୍ଣ୍ଣଲ ମଧ୍ୟ ଅଛନ୍ତି । ତାଙ୍କୁ ଭାରତୀୟ ସେନା ୨୦୧୧ ମସିହାରେ ଏହି ସମ୍ମାନ ଦେଇଥିଲେ।

ସମ୍ବନ୍ଧିତ ଖବର