ଗ୍ରେନେଡ଼ ଓ ଏକେ-୪୭ ଧରି ମଇଦାନକୁ ଯିବେ ଧୋନି

ନୂଆଦିଲ୍ଲୀ: ହାତରେ ଏକେ ୪୭ ବନ୍ଧୁକ ସହ ଗ୍ରେନେଡ଼ ଓ ବୁଲେଟ ଫ୍ରୁଫ ଜ୍ୟାକେଟ ସହ ଆଜିଠାରୁ ଧୋନି ନିଜ ମିଶନ ଆରମ୍ଭ କରିବେ | ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଜିଠାରୁ କାଶ୍ମୀରରେ ଆତଙ୍କବାଦ ନିରୋଧ ୟୁନିଟରେ ପ୍ରଥମ ଥର ପାଇଁ ସାମିଲ ହେବେ | ଏହି ସମୟରେ ମାହି ପାରା କମାଣ୍ଡୋଙ୍କ ସହ ୧୫ ଦିନ ରହି କାର୍ଯ୍ୟ କରିବେ | ଏହା ପରେ ଟ୍ରେନିଂ ପାଇଁ ବାଙ୍ଗାଲୋର ଯିବେ |

କାଶ୍ମୀରରେ ଧୋନିଙ୍କର ଏହି ୧୫ ଦିନିଆ ରହଣିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | କାରଣ ଧୋନି ଆତଙ୍କବାଦୀଙ୍କ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ୧୯ କିଲୋର ସାମଗ୍ରୀ ବୋହି ଚାଲିବାକୁ ପଡିବ | ଏହି ସମୟରେ ଧୋନି ସେନାର ଅଫିସରଙ୍କ ସହ ନ ରହି ୬୦ ଜଣିଆ ସୈନିକଙ୍କ ଦଳରେ ରହିବେ | ଧୋନି ଓ ତାଙ୍କ ସହ ଥିବା ସୈନିକଙ୍କ ଦଳ ଅସ୍ତ୍ରଶସ୍ତ୍ର ଧରି ଶ୍ରୀନଗରର ବାଦାମୀ ବାଗ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ସାମିଲ ହେବେ | ଏଥିପାଇଁ ଧୋନିଙ୍କୁ ଅନ୍ୟ ସୈନିକଙ୍କ ଭଳି ୧୯ କିଲୋ ଓଜନର ଏକ ବ୍ୟାଗ ବୋହିବାକୁ ପଡିବ |

jansatta.com

ଏହା ସହ ଏକେ ୪୭ ରାଇଫଲ, ବୁଲେଟ ଫ୍ରୁଫ ଜ୍ୟାକେଟ ସାଙ୍ଗକୁ ଗ୍ରେନେଡ଼ ମଧ୍ୟ ଦିଆଯିବ | ସେହିପରି ୮ ଘଣ୍ଟାର ସିଫ୍ଟ ମଧ୍ୟ କରିବାକୁ ପଡିବ ଏହି ସମୟରେ ଧୋନି ବଙ୍କର ମଧ୍ୟରେ ରହି ସୈନିକଙ୍କ ସୁରକ୍ଷା ମଧ୍ୟ କରିବେ | ଏଠାରେ ସୂଚନା ଥାଉ କି ଧୋନି ଟେରିଟୋରିୟଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲେଫ୍‌ଟନେଣ୍ଟ କର୍ଣ୍ଣଲ ମଧ୍ୟ ଅଛନ୍ତି । ତାଙ୍କୁ ଭାରତୀୟ ସେନା ୨୦୧୧ ମସିହାରେ ଏହି ସମ୍ମାନ ଦେଇଥିଲେ।

ସମ୍ବନ୍ଧିତ ଖବର