ଖୁବ ଶୀଘ୍ର ଟିଭି ସୋ’ରେ ନଜର ଆସିବେ ଧୋନୀ, ଶୁଣାଇବେ ସୈନିକଙ୍କ ଜୀବନ-କାହାଣୀ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ ଶୀଘ୍ର ଏକ ଟିଭି ସିରିଜରେ ନଜର ଆସିବେ | ଯେଉଁଥିରେ ସେ ସେନା ପୁରସ୍କୃତ ଅଧିକାରୀଙ୍କ କାହାଣୀ ଶୁଣାଇବେ | ପ୍ରଯୋଜନା ସଂସ୍ଥା ସ୍ଟୁଡ଼ିଓନେଷ୍ଟ ପକ୍ଷରୁ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି | କୁହାଯାଉଛି ଧୋନୀ ଏହି ସୋ ମାଧ୍ୟମରେ ପରମବୀର ଚକ୍ର ଓ ଅଶୋକ ଚକ୍ର ପାଇଥିବା ବିଜେତାଙ୍କ କାହାଣୀ ଶୁଣାଇବେ | ଯେଉଁ ସୈନିକମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଧୋନୀ ସେମାନଙ୍କ ଜୀବନ କାହାଣୀ ଲୋକଲୋଚନକୁ ଆଣିବେ |

Zee News

ଦେଶ ପାଇଁ ବଳିଦାନ ଦେଇଥିବା ସୈନିକଙ୍କ ପରିବାର ସହ ମିଶି ଧୋନୀ ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିବେ | ପ୍ରଯୋଜନା ସଂସ୍ଥା ପକ୍ଷରୁ ଧୋନୀଙ୍କୁ ନିଆଯିବାର କାରଣ ହେଉଛି ଯେ ଏହା ଦ୍ୱାରା ଦେଶର ଯୁବପିଢ଼ିଙ୍କୁ ସେନାରେ ଯୋଗ ଦେବା ପାଇଁ ପ୍ରେରଣା ମଧ୍ୟ ମିଳିପାରିବ | ଏଠାରେ ସୂଚନା ଥାଉ କି କ୍ରିକେଟ ପଡିଆରେ ବଲ ଆଉ ବ୍ୟାଟରେ କମାଲ ଦେଖାଉଥିବା ମାହି ୨ ମାସ ପାଇଁ କ୍ରିକେଟ ପଡିଆରୁ ଦୂରରେ ରହି ଭାରତୀୟ ସେନାର ଟେରିଟୋରିଆଲ୍ ଆର୍ମିର ୧୦୬ ବାଟାଲିୟନ ସହିତ ରହିଥିଲେ ।

ଭିକ୍ଟର ଫୋର୍ସର ଅଂଶବିଶେଷ ଭାବେ ଏହି ୟୁନିଟରେ ସେ ଦକ୍ଷିଣ କାଶ୍ମୀର ଅଂଚଳରେ ମୁତୟନ ହୋଇଥିଲେ ଲେଫନାଂଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନୀ। ଆଉ ପାଟ୍ରୋଲିଂ ଭଳି ଗୁରୁଦାୟିତ୍ୱ ତାଙ୍କୁ ମିଳିଥିଲା | ଏହି ସମୟରେ ଜଣେ ଶୃଙ୍ଖଳିତ ସୈନିକ ଭାବେ ସେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମାନିଥିବାର ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର