ଫେନମ୍ ପେହ୍ନ: ଗହଳି ରାସ୍ତାରେ ଡ୍ୟାନ୍ସ କରିବା ଦ୍ବାରା ଉପୁଜୁଥିବା ସମସ୍ୟାକୁ ରୋକିବା ପାଇଁ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଯାନବାହନରେ ମ୍ୟୁଜିକାଲ ହର୍ଣ୍ଣ ବ୍ୟାନ୍ କରିଛନ୍ତି। ଧୁମ୍ ମଚାଲେ... ମେ ନିକଲା ଗାଡ଼ି ଲେକେ...ମ୍ୟୁଜିକାଲ ହର୍ଣ୍ଣ ଯୋଗୁ ଲୋକେ ଜନଗହଳି ପୂର୍ଣ୍ଣ ରାସ୍ତା ମଝି ଏବଂ ରାସ୍ତା ପାର୍ଶ୍ବରେ ମଧ୍ୟ ଡ୍ୟାନ୍ସ କରୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତିତ ଥିଲେ। ଏହା ଦ୍ବାରା ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା।
ପ୍ରଧାନମନ୍ତ୍ରୀ ଏନେଇ ପୁଲିସ ଅଧିକାରୀ ଏବଂ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ଯାନବାହାନରେ ଏଭଳି ମ୍ୟୁଜିକାଲ ହର୍ଣ୍ଣ ଥିଲେ ସମ୍ପୃକ୍ତ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାକୁଷ୍ଠାନ ଗ୍ରହଣ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଏଭଳି ନିର୍ଦ୍ଦେଶ ପ୍ରାନ୍ତୀୟ ଅଧିକାରୀଙ୍କ ପକ୍ଷରୁ ପୂର୍ବରୁ ଲାଗୁ ହୋଇ ସାରିଛି। କିନ୍ତୁ ଏହାର ଘୋଷଣା ସାର୍ବଜନୀକ ଭାବେ କରିବାକୁ ସେ ଚାହୁଁଥିବା ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଯାହା ଦ୍ବାରା ଏହାକୁ ଦେଶବ୍ୟାପୀ ଲାଗୁ କରାଯାଇ ପାରିବ।
A horn to his side Cambodian Prime Minister Hun Manet has ordered a ban on musical horns, after videos posted on social media showed people dancing on roads and roadsides as passing trucks blasted rhythmic little tunes. https://t.co/IlrxtmTIeY
— AP Oddities (@AP_Oddities) March 19, 2024
ପ୍ରଧାନମନ୍ତ୍ରୀ କହିଛନ୍ତି ମ୍ୟୁଜିକାଲ ହର୍ଣ୍ଣ ଯୋଗୁ ରାସ୍ତାରେ ଡ୍ୟାନ୍ସ କରିବା ଦ୍ବାରା ସାର୍ବଜନୀକ ବ୍ୟବସ୍ଥା ପ୍ରଭାବିତ ହେଉଛି। ଏହାର ପ୍ରଭାବ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଅନୁଭୁତ ହେଉଛି। ଏନେଇ ପ୍ରଧାନମନ୍ତ୍ରୀ ଫେସବୁକ୍ ରେ ଏକ ପୋଷ୍ଟ୍ ସେୟାର କରିଛନ୍ତି। ଏଥିରେ ୩ ଜଣ ଯୁବକ ମ୍ୟୁଜିକାଲ ହର୍ଣ୍ଣର ତାଳେ ତାଳେ ରାସ୍ତା ପାର୍ଶ୍ବରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଆଡ଼କୁ ଏକ ବଡ଼ ଟ୍ରଲର ଆସୁଥିଲେ ମଧ୍ୟ ସେଥିପ୍ରତି ସେମାନଙ୍କର ନିଘା ନ ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।
Paetongtarn Shinawatra, leader of the governing coalition’s Pheu Thai party, has arrived in Cambodia to meet PM Hun Manet and Hun Sen, president of the ruling Cambodian People’s Party and former PM.
— The Nation Thailand (@Thenationth) March 18, 2024
.
The visit comes two weeks after Hun Sen met ex-PM Thaksin Shinawatra in… pic.twitter.com/QPghY6Uija
ସୂଚନାଯୋଗ୍ୟ, ମାନେଟ୍ ଗତ ୨୦୨୩ ବର୍ଷରେ କାମ୍ବୋଡ଼ିଆର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପୂର୍ବରୁ ତାଙ୍କ ପିତା ହୁନ୍ ସେନ୍ ୩୮ ବର୍ଷ ପ୍ରଧାନମନ୍ତ୍ରୀ ଥିଲେ।