କୋଷ୍ଟ ଗାର୍ଡରେ ସାମିଲ ହେଲା ୨ଟି ଧ୍ରୁବ ମାକ୍-୩ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ ବା ଇଣ୍ଡିଆନ କୋଷ୍ଟ ଗାର୍ଡରେ ସାମିଲ ହେଲା ଦୁଇଟି ଧ୍ରୁବ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର (ଏଏଲଏଚ) ମାକ୍-୩ ।  ଏହି ଦୁଇଟି ଅତ୍ୟାଧୁନିକ ହେଲିକପ୍ଟର ସାମିଲ ହେବା ପରେ କୋଷ୍ଟ ଗାର୍ଡର କ୍ଷମତା ବୃଦ୍ଧି ପାଇବା ଆଶା କରାଯାଉଛି ।

ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍) ଦ୍ବାରା ନିର୍ମିତ ଏହି ଦୁଇଟି ହେଲିକପ୍ଟରରେ ଉନ୍ନତ ଆଭିଏନିକ୍ସ ଓ ଅତ୍ୟାଧୁନିକ ଲଢୁଆ କ୍ଷମତା ରହିଛି । ଏହି ଦୁଇଟି ହେଲିକପ୍ଟର କୋଚି ସ୍ଥିତ ୮୪୫ ସ୍କ୍ବାର୍ଡନରେ ମୁତୟନ ରହିବେ ।

କୋଷ୍ଟ ଗାର୍ଡରେ  ମୋଟ ୧୬ଟି  ଏଏଲଏଚ  ସାମିଲ କରାଯିବାକୁ ଯୋଜନା ରହିଛି । ଏହି ଦୁଇଟିକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୧୦ଟି ଏଏଲଏଚ ସାମିଲ ହୋଇସାରିଲାଣି ।

ଏହି ହେଲିକପ୍ଟରକୁ ଉଭୟ ଆକ୍ରମଣ ଓ ସର୍ଚ୍ଚ ଅପରେସନ ପାଇଁ ବ୍ୟବହାର କରିହେବ । ଏଥିରେ ଲାଗିଛି  ଅତ୍ୟାଧୁନିକ ରାଡାର, ଇଲେକ୍ଟ୍ରୋ ଅପଟିକ ପଡ୍, ମେଡିକାଲ ଆଇସିୟୁ, ଏକ ମେସିନ ଗନ, ଆଇ ଇଣ୍ଟେନସିଭ ସର୍ଚ୍ଚ ଲାଇଟ୍ ଆଦି ଉପକରଣ ଲାଗିଛି ।  ଦ୍ରୁବ ଏକ ଏକ ଦ୍ବୈତ ଇଂଜିନ ବିଶିଷ୍ଟ ମଲିଟି ରୋଲ ନୂଆ ଜେନେରେସନ ହେଲିକପ୍ଟର ।

୨୦୧୭ରେ ୭୩ଟି ଏଏଲଏଚ ଯୋଗାଣ ପାଇଁ ହାଲ ଭାରତୀୟ ସେନା,ନୌସେନା ଓ କୋଷ୍ଟଗାର୍ଡଠାରୁ ଏକ ବୃହତ ଠିକା ହାସଲ କରିଥିଲା । କେବଳ ଭାରତ ନୁହେଁ, ଏହି ହେଲିକପ୍ଟରକୁ ନେପାଳ ସେନା, ମାଳଦ୍ବୀପ ଓ ମରିସସ ପୁଲିସ ବ୍ୟବହାର କରନ୍ତି ।

ସମ୍ବନ୍ଧିତ ଖବର