ଏଆଇ ବ୍ୟବହାରରେ ଡାଇବେଟିସ୍‌ ଫୁଟ୍‌ ଅଲ୍‌ସର ସର୍ଜରୀ

ଭୁବନେଶ୍ବର : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ବ୍ୟବହାର କରି ପୂର୍ବ ଭାରତରେ ଡାଇବେଟିସ୍‌ ଫୁଟ୍‌ ଅଲସର ସର୍ଜରି କରାଯାଇଛି। ଏହି ରୋଗରେ ରକ୍ତ ପ୍ରବାହ ପର୍ଯ୍ୟାପ୍ତ ହୋଇପାରେ ନାହିଁ ଯାହା ଫଳରେ ରୋଗୀଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼େ। ଏଥିପାଇଁ ଅସ୍ତ୍ରୋପଚାର ଦରକାର ହୋଇଥାଏ ଓ ତାହାର ସଫଳତା ହାର କମ୍ ରହିଛି। ବେଲେ ଭ୍ୟୁ କ୍ଲିନିକ୍ ପକ୍ଷରୁ ଏଆଇକୁ ବ୍ୟବହାର କରି ସଫଳତାର ସହ ଡାଇବେଟିସ୍‌ ଫୁଟ୍ ଅଲସର୍‌ର ସର୍ଜରି କରାଯାଇଛି। କୋରିଆର ଟିସ୍ୟୁ ରିଜେନେରେସନ ଟିମ୍‌କୁ ଡକାଇ ଏହି ସର୍ଜରି କରାଯାଇଛି। ଏଥିପାଇଁ ୪ଡି ବାୟୋ ପ୍ରିଣ୍ଟିଂକୁ ବ୍ୟବହାର କରାଯାଇଥିଲା ବୋଲି କ୍ଲିନିକ୍‌ର ସିଇଓ ପ୍ରଦୀପ ଟଣ୍ଡନ କହିଛନ୍ତି।

ସମ୍ବନ୍ଧିତ ଖବର