ହୀରା ବେପାରୀଙ୍କ ୧୨ବର୍ଷର ପୁଅ ହେଲେ ଜୈନ ଭିକ୍ଷୁ

ଗୁରୁରାଟ: ଗୁରୁରାଟର ସୁରତ ଜିଲ୍ଲାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ସଂସାରର ମୋହ ମାୟା ଛାଡ଼ି ଭିକ୍ଷୁକର ଜୀବନ ବଞ୍ଚିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ସାଙ୍ଗସାଥୀଙ୍କ ସହତ ମିଳିମିଶି ଖେଳିବା ବୟସରେ ସୁରତର ହୀରା ବେପାରୀ ଦିପେଶ ସାହାଙ୍କ ସପ୍ତମ ଶ୍ରେଣୀରେ ପଢ଼ୁଥିବା ପୁଅ ଭବ୍ୟ ସାହା ଜୈନ ଭିକ୍ଷୁ ହେବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।
ବର୍ତ୍ତମାନ ଦୁନିଆରେ ସମସ୍ତ ବ୍ୟକ୍ତି ଟଙ୍କା ପଛରେ ଦୌଡ଼ୁଥିବା ବେଳେ ଜଣେ ହୀରା ବେପାରୀଙ୍କ ପୁଅ ଭବ୍ୟ ଏପରି ନିର୍ଣ୍ଣୟ ନେଇଛନ୍ତି । ଭବ୍ୟ ତାଙ୍କ ପରିବାର ପରିଜନଙ୍କ ସହିତ ଶେଷ ସାକ୍ଷାତ କରିସାରିଛନ୍ତି । ତେବେ ଭବ୍ୟଙ୍କ ଯାତ୍ରାର ଆରମ୍ଭ ପାଇଁ ତାଙ୍କ ପିତା ବହୁତ ଉତ୍ତମ ବ୍ୟବସ୍ଥା କରିଛନ୍ତି । ସେ ପୁଅର ଯାତ୍ରା ଫରାରି ଗାଡ଼ିରେ ଶେଷ କରିଛନ୍ତି ।
ପୁଅର ଜୈନ ଭିକ୍ଷୁ ହେବା ବିଷୟରେ ପିତା ଦିପେଶ କହିଛନ୍ତି, “ଦେଢ଼ ବର୍ଷ ହେବ ମୋ ପୁଅ ଗୁରୁଜୀଙ୍କ ପାଖରେ ରହୁଥିଲା । ତାକୁ ଜଣାଥିଲା ସେ କେଉଁ ରାସ୍ତାରେ ଯାଉଛି ଏବଂ ସେହି ଯାତ୍ରା କେତେ କଷ୍ଟକର । ଭବ୍ୟ ଆଧାତ୍ମିକ ରାସ୍ତା ବାଛିଥିବାରୁ ମୁଁ ଏବଂ ମୋର ପରିବାର ବହୁତ ଖୁସି “।

punjabkesari.in

କିଛି ବର୍ଷ ପୂର୍ବେ ଭବ୍ୟଙ୍କ ବଡ଼ ଭଉଣୀ ପ୍ରିୟାଶିଂ ମଧ୍ୟ ଏହି ଧାର୍ମିକ ରାସ୍ତା ଗ୍ରହଣ କରିଥିଲେ । ସେହି ସମୟରେ ତାଙ୍କୁ ମଧ୍ୟ ୧୨ ବର୍ଷ ହୋଇଥିଲା । ସେ ଘର-ସଂସାର ତ୍ୟାଗ କରି ଆଧାତ୍ମିକ ରାସ୍ତା ଗ୍ରହଣ କରିଥିଲେ । ଭିକ୍ଷୁ ହେବା ପୂର୍ବରୁ ହିଁ ଭବ୍ୟ ଅହମଦାବାଦ, ରାଜକୋଟ, ରାଜସ୍ଥାନ ଆଦିରେ ୧୦୦୦ କିଲୋମିଟରରୁ ଅଧିକ ବାଟ ପାଦରେ ଚାଲିସାରିଛନ୍ତି ।

ସମ୍ବନ୍ଧିତ ଖବର