ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟାପର୍ଣ କରିବାକୁ ଇଂଲଣ୍ଡକୁ ଅନୁରୋଧ କଲା ଇଡି

ନୂଆଦିଲ୍ଲୀ/ ଇଂଲଣ୍ଡ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ପ୍ରାୟ ୧୩ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରି ପଳାତକ ସାଜିଥିବା ଭାରତୀୟ ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଗତ ଶନିବାର ଦିନ ଇଂଲଣ୍ଡ ଠାରେ ଠାବ କରାଯିବା ପରେ ଭାରତ ସରକାର ତତ୍ପର ହୋଇ ଉଠିଛନ୍ତି।

ସଂପ୍ରତି ଇଂଲଣ୍ଡରେ ଆତ୍ମଗୋପନ କରିଥିବା ଏହି ପଳାତକ ଭାରତୀୟ ହୀରା ବ୍ୟବସାୟୀଙ୍କୁ ଭାରତକୁ ପ୍ରତ୍ୟାପର୍ଣ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଇଂଲଣ୍ଡ ସରକାରଙ୍କୁ ଅନୁରୋଧ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଇଂଲଣ୍ଡ ସରକାରଙ୍କ ଗୃହ ସଚିବଙ୍କ ନିକଟକୁ ପଠା ଯାଇଥିବା ଅନୁରୋଧ ପତ୍ରରେ କୁହାଯାଇଛି ଭାରତୀୟ ବ୍ୟାଙ୍କ୍‌ରୁ ପ୍ରାୟ ୧୩ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରି ପଳାତକ ସାଜିଥିବା ଏବେ ଇଂଲଣ୍ଡରେ ଆତ୍ମଗୋପନ କରିଥିବା ଏହି ପଳାତକ ଭାରତୀୟ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଗିିରଫ କରି ପ୍ରତ୍ୟାପର୍ଣ ଚୁକ୍ତି ଆଧାରରେ ଭାରତକୁ ପ୍ରତ୍ୟାପର୍ଣ କରାଯାଉ। ତେବେ, ଏହି ପଳାତକ ଭାରତୀୟ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତକୁ ପ୍ରତ୍ୟାପର୍ଣ ନେଇ ଭାରତର ଅନୁରୋଧ ଉପରେ ଇଂଲଣ୍ଡର ଗୃହ ବିଭାଗ ଭାରତ ସରକାର କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କୌଣସି ଉତ୍ତର ଅଦ୍ୟାବଧି ଦେଇ ନଥିବା ଜାଣିବାକୂୁ ମିଳିଛି।

ସମ୍ବନ୍ଧିତ ଖବର