୩୦୦ ହୀରା ଖଚିତ ହାର ହାଇଦ୍ରାବାଦ ନିଜାମଙ୍କଠାରୁ ଉପହାର ପାଇଥିଲେ ମହାରାଣୀ

ଲଣ୍ଡନ : ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଗତକାଲି ୯୬ ବର୍ଷ ବୟସରେ ପରଲୋକ ଘଟିଛି। ମହାରାଣୀ ଏଲିଜାବେଥ୍‌ଙ୍କ ଜୀବନଶୈଳୀକୁ ଦେଖିଲେ, ତାଙ୍କୁ ଜଣେ ‘ଫ୍ୟାସନ ଆଇକନ୍‌’ ଭାବେ ବିବେଚନା କରାଯାଉଥିଲା। ସେ ନିଜ ପାଖରେ ବିଶ୍ବର ଅନେକ ମୂଲ୍ୟବାନ ଗହଣା ରଖିଥିଲେ। ତାଙ୍କ ନିକଟରେ ଥିବା ଆଇକନିକ୍‌ ଗହଣା ମଧ୍ୟରୁ ଗୋଟିଏ ହେଉଛି ହାଇଦ୍ରାବାଦର ନିଜାମଙ୍କ ଦ୍ବାରା ତାଙ୍କୁ ଦିଆଯାଇଥିବା ଏକ ଉପହାର। ହାଇଦ୍ରାବାଦ ନିଜାମ ରାଣୀ ଏଲିଜାବେଥଙ୍କୁ ୩୦୦ ହୀରା ଖଚିତ ଏକ ହାର ଉପହାର ଭାବେ ଦେଇଥିଲେ। ୧୯୪୭ରେ ଏହା ରାଣୀଙ୍କ ବିବାହ ଉପହାର ଥିଲା।

ସମ୍ବନ୍ଧିତ ଖବର