ସୋସିଆଲ ମିଡିଆରେ ଭାଇରାଲ ହେଲା ହୀରା ଖଚିତ ବିମାନର ଫଟୋ, ଅସଲି କି ନକଲି ଫଟୋ ବୋଲି ଉପୁଜିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏବେ ଏମିରେଟ୍ସ ଏୟାରଲାଇନ୍ସର ଏକ ବିମାନର ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫଟୋରେ ବିମାନଟି ଚମକୁଥିବା ବେଳେ ବିମାନ ଉପରେ ହୀରା ଖଚିତ ହେବା ଭଳି ଦେଖାଯାଇଛି । ତେବେ ଏହି ଫଟୋରେ କେତେ ସତ୍ୟତା ରହିଛି ତାହାକୁ ନେଇ ଏବେ ସୋସିଆଲ ମଡିଆ ବ୍ୟବହାରକାରୀଙ୍କ ଭିତରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ଫଟୋଟିକୁ ଏମିରେଟ୍ସ ଏୟାରଲାଇନ୍‌ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରାଯିବା ପରେ ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଫଟୋକୁ ପୋଷ୍ଟ କରି ‘ପ୍ରେଜେଣ୍ଟିଙ୍ଗ ଦ ଏମିରେଟ୍ସ ବ୍ଲିଙ୍ଗ ୭୭୭, ଇମେଜ୍‌ କ୍ରିଏଟେଡ୍‌ ବାଏ ସାରା ସକିଲ’ ବୋଲି ଲେଖା ଯାଇଥିଲା । ଯେଉଁଥିରୁ ଏହି ଫଟୋଟି ଅସଲି ନୁହେଁ ବରଂ ସାରା ଏହାକୁ ତିଆରି କରିଥିବା ଜଣା ପଡ଼ିଥିଲା । ଏହି ଫଟୋକୁ ଏମିରେଟ୍ସ ଏୟାରଲାଇନ୍‌ ସହ ସାରା ସକିଲ ମଧ୍ୟ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

 

View this post on Instagram

 

Waiting for my Ride ? . . So Ladies & Gentlemen , I am officially flying to #milan to fall in love with #art #culture #italy to witness the love #glamourtalentawards has to offer ! I have to remind myself & all of you again and again, This all happened cause some of you prayed & some sent love ? to the universe & God just had to make it happen!! Just an ordinary big eyed – hopeful artist trying to live the best out of the world has to offer! Love you and thank you!!! Can’t wait to share everything with you all! . . . P.s I got a freaking upgrade to #milano !!!! . . . #art #artwork #collageart #artist #vision #fly #high #flying #godisgreat #pink #clouds #hope #lovemyjob #plane #emirates #flyhigh #arte #crystalart #crystalartwork #travel #travelphotography #blog

A post shared by Sara Shakeel (@sarashakeel) on

ଡିସେମ୍ବର ୪ରେ ଏହି ସାରା ପୋଷ୍ଟ କରିଥିବା ଏହି ଫଟୋ ଉପରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଥିବା ଦେଖାଯାଇଛି । କିଛି ଲୋକ ଏହା ସତ କି ନୁହେଁ ବୋଲି ପ୍ରଶ୍ନ କରିଥିବା ବେଳେ କିଛି ଲୋକ ଏହା ଉଡ଼ାଣ ପାଇଁ ରଖାଯାଇଛି କିମ୍ବା ଏହା ଏକ ସ୍କେଲ ମଡେଲ ବୋଲି ପ୍ରଶ୍ନ କରିଥିଲେ ।

ସମ୍ବନ୍ଧିତ ଖବର