ଭୋପାଳ: ମଧ୍ୟପ୍ରଦେଶରେ ଆସନ୍ତା ୨୮ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ବିଜେପି, କଂଗ୍ରେସ ସମେତ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର କରାଯାଇଛି। ବିଜେପି ଓ କଂଗ୍ରେସ ଅଧିକରୁ ଅଧିକ ଭୋଟର୍ଙ୍କୁ ନିଜ ପକ୍ଷକୁ ନେବା ପାଇଁ ଅଭିନବ ପନ୍ଥା ଅବଲମ୍ବନ କରିଛନ୍ତି। ଉଭୟ ଦଳ ରାଜ୍ୟରେ ଅଦିନିଆ ଦୀପାବଳି ପାଳନ କରି ଭୋଟ୍ ହାତେଇବାକୁ ପ୍ରୟାସ କରିଛନ୍ତି। ୧୫ ବର୍ଷ ଧରି ରାଜ୍ୟରେ କ୍ଷମତା ଦଖଲ କରିଥିବା ବିଜେପି ଚତୁର୍ଥ ଥର ପାଇଁ ନିଜ ବିଜୟକୁ ପକ୍କା କରିବା ଲାଗି ‘ପଦ୍ମ ଦୀପାବଳି’ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦ୍ମ ଦୀପାବଳି ମାଧ୍ୟମରେ ଦଳ ରାଜ୍ୟରେ ପୁଣି ପଦ୍ମ ଫୁଟାଇବା ପାଇଁ ଲକ୍ଷ୍ୟ ରଖିଛି। ଏହି ଅଭଯାନ ସ୍ବରୂପ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପଦ୍ମ ଫୁଲ ଆକୃତିରେ ଦୀପ ଜଳାଉଛନ୍ତି। ପୂରା ରାଜ୍ୟରେ କୋଟିଏ ଦୀପ ଜଳାଇବା ନିମନ୍ତେ ଦଳ ଲକ୍ଷ୍ୟ ରଖିଛି। ଏଥିପାଇଁ ଲୋକଙ୍କ ଘର ଘର ବୁଲି ଦୀପ ଜଳାଇବା ଲାଗି କର୍ମକର୍ତ୍ତାମାନଙ୍କୁ ଦାୟିତ୍ବ ଦିଆଯାଇଛି। ଭୋପାଳର ବିଜେପି କାର୍ଯ୍ୟାଳୟରେ ଗୁରୁବାର ପଦ୍ମ ଦୀପାବଳି ପାଳନ କରାଯାଇଥିଲା। ଏଥିରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାତ ଝା ଉପସ୍ଥିତ ଥିଲେ। କଂଗ୍ରେସ ମଧ୍ୟ ରାଜ୍ୟରେ ଅଦିନିଆ ଦୀପାବଳି ପାଳନ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିନାହିଁ। ଦଳ ପକ୍ଷରୁ ବିଭିନ୍ନ ପ୍ରମୁଖ ସ୍ଥାନରେ ‘ପରିବର୍ତ୍ତନର ଦୀପ’ ଜଳାଯାଉଛି। ଭୋପାଳର ନ୍ୟୁ ମାର୍କେଟ୍ ଅଞ୍ଚଳରେ କଂଗ୍ରେସର ମୁଖପାତ୍ର ଶୋଭା ଓଝାଙ୍କ ତତ୍ତ୍ବାବଧାନରେ ଅନ୍ୟ କଂଗ୍ରେସ କର୍ମୀମାନେ ମନ୍ଦିରକୁ ଯାଇ ପରିବର୍ତ୍ତନ ବତି ଜଳାଇଥିଲେ। ଏହାପରେ ମାର୍କେଟ୍ ମଝିସ୍ଥାନରେ ଦୀପ ଜଳାଇଥିଲେ। ଏହାକୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।
ମଧ୍ୟପ୍ରଦେଶରେ ଅଦିନିଆ ଦୀପାବଳି
କୋଟିଏ ଦୀପ ଜାଳିବ ବିଜେପି, କଂଗ୍ରେସର ‘ପରିବର୍ତ୍ତନ ଦୀପ’
/sambad/media/post_attachments/wp-content/uploads/2018/11/Untitled-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)