ପୂଜାରୀମାନେ ପୂର୍ଣ୍ଣକୁମ୍ଭ ଧରି ଆପେକ୍ଷା କରିଥିଲେ, ଜାଣି ନ ପାରି ଚାଲିଗଲେ ଜିନ୍‌ପିଙ୍ଗ୍‌

ଚେନ୍ନାଇ: ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ଶ୍ରୀ କପାଳୀଶ୍ୱର ମନ୍ଦିରର ମୁଖ୍ୟ ପୂଜାରୀଙ୍କ ସମେତ ଶୁକ୍ରବାର ୫ ଜଣ ପୂଜାରୀଙ୍କୁ ଡକାଯାଇଥିଲା। ସେଠାରେ ସେମାନେ ଜିନ୍‌ପିଙ୍ଗ୍‌ଙ୍କୁ ସମ୍ମାନ ଦେଇ ପାରମ୍ପରିକ ରୀତିରେ ପୂର୍ଣ୍ଣକୁମ୍ଭ ପୂଜା କାର୍ଯ୍ୟକ୍ରମ ରଖିଥିଲେ। ମାତ୍ର ଜିନ୍‌ପିଙ୍ଗ୍‌ ସେମାନଙ୍କୁ ଦେଖିନପାରି କଡ଼ରେ ଚାଲି ଯାଇଥିଲେ। ସେ ଏପରି ଏକ ରୀତିକୁ ବୁଝି ନପାରି ଏମିତି କରିଛନ୍ତି ବୋଲି କେହି କେହି ମତ ରଖୁଥିବା ବେଳେ ଆଉ କେହିଁ ମତ ରଖିଛନ୍ତି ଯେ ତାଙ୍କୁ ଆମ ପରମ୍ପରା ସଂପର୍କରେ ପୂର୍ବରୁ ଅବଗତ କରାଇଥିଲେ ଏପରି ଘଟି ନଥାନ୍ତା।

ପୂଜାରୀମାନେ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଛିଡ଼ା ହୋଇଥିଲେ। ଅପରାହ୍ନ ୨.୧୫ ସମୟରେ ଜିନ୍‌ପିଙ୍ଗ୍‌ ବିମାନରୁ ଓହ୍ଲାଇଥିଲେ। ବିମାନରୁ ଓହ୍ଲାଇବା ପରେ ନାଲି ରଂଗର କାର୍ପେଟ ଉପରେ ଚାଲିବା ଆରମ୍ଭ କରିଥିଲେ। ସେ ପୂଜାରୀମାନଙ୍କ ପାଖକୁ ଆସିଥିଲେ। ସେମାନେ ହାତରେ ପୂର୍ଣ୍ଣକୁମ୍ଭ ଧରି ଜିନ୍‌ପିଙ୍ଗ୍‌ଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରି ରହିଥିଲେ ବି ଜିନ୍‌ପିଙ୍ଗ୍‌ ଜାଣି ନପାରି ସେଠାରେ ନ ଅଟକି ଚାଲି ଯାଇଥିଲେ।

(Photo | Twitter/@Gopalee67)

ଏହା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି। କେହି କେହି ଏପରି ବି କହୁଛନ୍ତି ଯେ ଚୀନର ରାଷ୍ଟ୍ରପତି ଏପରି ଏକ ସ୍ୱାଗତ ଶୈଳୀକୁ ଗ୍ରହଣ କରିନାହାନ୍ତି। ମାତ୍ର ପରେ ଭିଡିଓ ଭାଇରାଲ୍‌ ହେବା ପରେ ଜାଣିବାକୁ ମିଳିଛି ଯେ ସେ ଭାରତୀୟ ପରମ୍ପରାକୁ ଅବମାନନା କରିବାର କୌଣସି ଦୃଶ୍ୟ ଭିଡିଓରେ ନାହିଁ। ସ୍ପଷ୍ଟ ଭାବେ ଦିଶୁଛି ଯେ ଜିନ୍‌ପିଙ୍ଗ୍‌ ଠିକ୍‌ ଭାବେ ଭାରତୀୟ ପରମ୍ପରାକୁ ବୁଝିପାରି ନାହାନ୍ତି।

ସମ୍ବନ୍ଧିତ ଖବର