ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ପରି ସ୍ବଳ୍ପଭାଷୀ, ନିଷ୍ଠାପର ଓ ନିର୍ଲିପ୍ତ ଅଧିକାରୀ ଯଥାସମ୍ଭବ ବିବାଦରୁ ଦୂରରେ ରହନ୍ତି। ସେ ଓଡ଼ିଶା ଶାସନ ବିଷୟରେ କିଛି ମତ ଦେଇଥିବା ଏକ ୟୁ-ଟ୍ୟୁବ୍‌ ଚ୍ୟାନେଲ କହିବା ପରେ ସାମାଜିକ ଗଣମାଧ୍ୟମରେ ଏହା କିଛି ମତମନ୍ତବ୍ୟକୁ ଆମନ୍ତ୍ରଣ କରିଛି। ଉକ୍ତ ଚ୍ୟାନେଲ୍ କହିବା ଅନୁସାରେ, ସେ କହିଥିଲେ, ଅଫିସରମାନଙ୍କ ଶାସକ ଦଳ ପ୍ରୀତିର ପର୍ଦ୍ଦାଫାସ କରୁ ନାଗରିକ ସମାଜ। ଚାକିରିରେ ଥାଇ ଅଫିସର୍‌ମାନେ ଶାସକ ଦଳ ପାଇଁ କାମ କରିବା ଆମ ଶାସନ ବ୍ୟବସ୍ଥାର ପରିପନ୍ଥୀ। ସରକାରୀ ଚାକିରିଆ ଶାସକ ଦଳକୁ ସହଯୋଗ କରିବା ଚିନ୍ତାଜନକ। ଏହା ଗଣତନ୍ତ୍ର ପ୍ରତି ଅଶୁଭ ସଙ୍କେତ। ଚାକିରିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ରାଜନୈତିକ କାର୍ଯ୍ୟରେ ଆଦୌ ଯୋଡ଼ିହୋଇପାରିବେ ନାହିଁ।

Advertisment

ତେବେ ଅବସର ନେବା ପରେ ରାଜନୀତି କରିବାରେ କିଛି ପ୍ରତିବନ୍ଧକ ନାହିଁ। ଅବସର ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଓ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ତଥା ଭିଆର୍‌ଏସ୍ ନେଇ ଅପରାଜିତା ଷଡ଼ଙ୍ଗୀ ରାଜନୀତି କରିବାରେ ଅସୁବିଧା ନଥିଲା କି ନାହିଁ। ୨୦୦୦ରୁ ୨୦୦୪ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ଯୁଗଳ ମହାପାତ୍ର କେବେ ବି ମୁଖ୍ୟମନ୍ତ୍ରୀଙ୍କ ରାଜ‌ନୈତିକ ବ୍ୟାପରରେ ଜଡ଼ିତ ନଥିଲେ। ରାଜନୀତି କରିବା ତ ଦୂରର କଥା, ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରୁ ବିଦୟ ନେବା ପରେ ଥରେ ହେଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଦ୍ଧା ଇଚ୍ଛା କରିନାହାନ୍ତି। କିନ୍ତୁ ଏବେ ପ୍ରଶାସନିକ ଅଧିକାରୀମାନେ ଓଡ଼ିଶାର ରାଜନୀତିରେ ସବୁବେଳେ ମୁଣ୍ଡ ପୂରାଉଥିବାର ଅଭିଯୋଗ ଆସୁଛି।

publive-image

ତେଣୁ ଚାକିରିରେ ଥାଇ ରାଜନୀତି କରୁଥିବା ଅଧିକାରୀଙ୍କ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ବିରୋଧୀ ଦଳ ସେମାନଙ୍କୁ ଏ ସବୁର ଜବାବ ଦେବା ଉଚିତ। ବିରୋଧୀ ଦଳ ଓ ନାଗରିକ ସମାଜ, ଅଫିସର୍‌ମାନଙ୍କ ପଲିଟିକାଲ ଏଜେଣ୍ଡା ଓ ମନ୍ଦ ଉଦ୍ଦେଶ୍ୟର ନିରବଦ୍ରଷ୍ଟା ସାଜିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଯଦିଓ ଯୁଗଳ ବାବୁଙ୍କ ସହ ଅନେକ ଏକମତ ହୋଇଛନ୍ତି, ଭିନ୍ନମତ ମଧ୍ୟ ରଖିଥିବା ଲୋକ ଅଛନ୍ତି। ନାଗରିକ ସମାଜ ଓଡ଼ିଶାରେ ଅଛି କି ବୋଲି ପ୍ରଶ୍ନ ହୋଇଛି। ଖାଲି ବିଜେଡି କାହିଁକି, ମୋଦୀ ସରକାର ମଧ୍ୟ ଏପରି ଅଭିଯୋଗରୁ ମୁକ୍ତ ନୁହେଁ। ଯୁଗଳ ବାବୁ ମୁଖ୍ୟ ଶାସନ ସଚିବ ଥିବାବେଳେ ତାଙ୍କପରି ଅନ୍ୟ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କୁ ସେ ସୁରକ୍ଷା ଦେଇଥିଲେ କି ବୋଲି ପ୍ରଶ୍ନ ହୋଇଛି।