ନୂଆଦିଲ୍ଲୀ : କରୋନା ଭାଇରସ ଲକ୍ଡାଉନ ସମୟରେ ପ୍ରଶାନ୍ତ କିଶୋର କାର୍ଗୋ ଫ୍ଲାଇଟ୍ ଯୋଗେ ନୂଆଦିଲ୍ଲୀରୁ ପଶ୍ଚିମବଙ୍ଗ ଯିବା ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି। କେନ୍ଦ୍ର ସରକାର ଏହାର ତଦନ୍ତ ଆରମ୍ଭ କରିବା ସହ ପ୍ରଶାନ୍ତ କିଶୋର ଦିଲ୍ଲୀରୁ କୋଲକାତା କାର୍ଗୋ ବିମାନ ଯୋଗେ ଯାଇଥିବା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସମନ କରିଛନ୍ତି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏ ବାବଦରେ ଯାଞ୍ଚ ପରେ ହିଁ ସମସ୍ତ ତଥ୍ୟ ସାମ୍ନାକୁ ଆସିବ। ଅପରପକ୍ଷେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରଶାନ୍ତ କିଶୋର ଖଣ୍ଡନ କରିଛନ୍ତି। ମାର୍ଚ୍ଚ ୧୯ ପରଠାରୁ ସେ କେବେ ବି କୌଣସି ବିମାନ ଯୋଗେ କେଉଁଠାକୁ ଯାତ୍ରା କରିନାହାନ୍ତି। ଯଦି କାହା ପାଖରେ ପ୍ରମାଣ ଥାଏ, ସେମାନେ ତାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ପ୍ରଶାନ୍ତ କିଶୋର ଆହ୍ବାନ ଜଣାଇଛନ୍ତି। ତେବେ ଲକ୍ଡାଉନ ସମୟରେ ପ୍ରଶାନ୍ତ କିଶୋରଙ୍କ ବିମାନ ଯାତ୍ରାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ।
ଲକ୍ଡାଉନ ସମୟରେ ପ୍ରଶାନ୍ତ କିଶୋର ବିମାନରେ କୋଲକାତା ଯାଇଥିଲେ କି?
/sambad/media/post_attachments/wp-content/uploads/2020/04/Prashant_kishor.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)