ଟ୍ରମ୍ପ୍‌ଙ୍କ ଗସ୍ତ ବେଳେ ଓବାମାଙ୍କ ‘ଫ୍ଲୋରାଲ୍‌ ବ୍ରୁଚ୍‌’ ପିନ୍ଧିଥିଲେ ରାଣୀ ଏଲିଜାବେଥ୍‌

ଲଣ୍ଡନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିକଟରେ ନିଜ ବ୍ରିଟେନ୍‌ ଗସ୍ତ ବେଳେ ପ୍ରୋଟୋକଲ୍‌ ଭାଙ୍ଗି ୯୨ ବର୍ଷୀୟା ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଅପମାନ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଟ୍ରମ୍ପ୍‌ଙ୍କ ପ୍ରୋଟୋକଲ୍‌ ଭାଙ୍ଗିବା ପଛରେ ଏକ କାରଣ ଥାଇପାରେ ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ ଟ୍ରମ୍ପ୍‌ଙ୍କ ଗସ୍ତ ବେଳେ ରାଣୀ ଏକ ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ। ଏହି ପୋଷାକରେ ଏକ ‘ଫ୍ଲୋରାଲ୍‌ ବ୍ରୁଚ୍‌’ (ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁରେ ନିର୍ମିତ ଫୁଲ ଆକୃତିର ଅଳଙ୍କାର) ଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଓ ପତ୍ନୀ ମିସେଲ୍‌ ଓବାମା ୨୦୧୧ରେ ବ୍ରିଟେନ୍‌ ଗସ୍ତରେ ଆସିଥିବା ବେଳେ ଏହି ଅଳଙ୍କାର ରାଣୀଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଏହାକୁ ପିନ୍ଧି ରାଣୀ ଟ୍ରମ୍ପ୍‌ଙ୍କୁ ଅପମାନ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର