ନୂଆଦିଲ୍ଲୀ: ମୋହର ଦେବା ପରେ ବାଲଟ୍ କାଗଜକୁ ଭାଙ୍ଗି ନ ଥିବାରୁ ମହାରାଷ୍ଟ୍ର ରାଜ୍ୟସଭା ଭୋଟ୍ରେ ନିର୍ବାଚନ କମିସନ୍ ଶିବସେନା ବିଧାୟକ ସୁହାସ କାଣ୍ଡେଙ୍କ ଭୋଟ୍ ଖାରଜ କରି ଦେଇଛନ୍ତି। ଏହା ମତଦାନ ପ୍ରକ୍ରିୟା ଏବଂ ବାଲଟ୍ କାଗଜର ଗୋପନୀୟତା ଉଲ୍ଲଂଘନ ବୋଲି ଶୁକ୍ରବାର ରାତିରେ ନିର୍ବାଚନ କମିସନ୍ ଜାରି କରିଥିବା ଆଦେଶନାମାରେ ଉଲ୍ଲେଖ ଅଛି।
ବିଜେପିର ଆପତ୍ତି ପରେ ନିର୍ବାଚନ କମିସନ୍ ମତଦାନ ବେଳର ଭିଡିଓ ଫୁଟେଜ୍ ସ୍କାନ୍ କରି ରାୟ ଦେଲେ ଯେ, କାଣ୍ଡେ ‘କଣ୍ଡକ୍ଟ୍ ଅଫ୍ ଇଲେକ୍ସନ୍ ରୁଲ୍ସ୍, ୧୯୬୧’ର ଧାରା ୩୯ଏ (୨) (ସି) ଅନୁସାରେ ଏହା ମତଦାନ ପ୍ରକ୍ରିୟା ଉଲ୍ଲଂଘନ। ଆମ ଦୃଷ୍ଟିରେ ତାହା ସେ ମତଦାନ କରିଥିବା ବାଲଟ୍ କାଗଜର ଗୋପନୀୟତାକୁ ପ୍ରଭାବିତ କରିଛି।
‘ରୁଲ୍ ୩୯ଏ (୨) (ସି) ଅନୁସାରେ, ମୋହର ମାରିବା ପରେ ନିଜ ଭୋଟ୍କୁ ଗୁପ୍ତ ରଖିବା ନିମନ୍ତେ ଜଣେ ଭୋଟର୍ ବାଲଟ୍ କାଗଜକୁ ଭାଙ୍ଗିବା ଆବଶ୍ୟକ।
Image Courtesy of India TV Newsମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର ଏବଂ ନିର୍ବାଚନ କମିସନର୍ ଅନୁପ ଚନ୍ଦ୍ର ପାଣ୍ଡେ ଦେଇଥିବା ୮ ପୃଷ୍ଠା ସମ୍ବଳିତ ଆଦେଶନାମାରେ କହିଛନ୍ତି, ଦଳର ସ୍ବୀକୃତିପ୍ରାପ୍ତ ଏଜେଣ୍ଟ୍ଙ୍କ ନିକଟରେ ପହଞ୍ଚିବା ପୂର୍ବରୁ କାଣ୍ଡେ ବାଲଟ୍ କାଗଜକୁ ନ ଭାଙ୍ଗି ସେମାନଙ୍କୁ ଦେଖାଇ ଥିଲେ। ସେଠାରେ ଏଜେଣ୍ଟ୍ ବ୍ୟତୀତ ଅନ୍ୟମାନେ ବି ଉପସ୍ଥିତ ଥିଲେ।
ଏକଥା ଜାଣିବା ପରେ ପୂର୍ବରୁ ବିଜେପି ଓ ମହା ବିକାଶ ଅଘାଡ଼ି ନେତାଙ୍କ ଆବେଦନକୁ ଖାରଜ କରିଥିବା ‘ରିଟର୍ଣ୍ଣିଙ୍ଗ୍ ଅଫିସର୍’ଙ୍କ ଆଦେଶକୁ ନିର୍ବାଚନ କମିସନର୍ ରଦ୍ଦ କରି ଦେଇଥିଲେ। ବିଧାୟକମାନେ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ପରସ୍ପର ଉପରେ ଦୋଷାରୋପ କରି ସେମାନେ ‘ରିଟର୍ଣ୍ଣିଙ୍ଗ୍ ଅଫିସର୍’ଙ୍କ ନିକଟରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/vote.jpg)