ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ ଡି‌ସେମ୍ବର ୨୦ ତାରିଖରେ ବିଧାୟକମାନେ ଶପଥପାଠ କରିଛନ୍ତି। ଏହି ଶପଥପାଠ ସମୟରେ ଏମିତି କିଛି ବିଧାୟକ ରହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିମଧ୍ୟରୁ ଜଣେ ହେଉଛନ୍ତି ଦିଦ୍‌ୱାନାର ବିଧାୟକ ୟୁନୁସ ଖାନ। ୟୁନୁସ ସଂଖ୍ୟାଲଘୁ ସଂପ୍ରଦାୟର ହୋଇମଧ୍ୟ ସଂସ୍କୃତରେ ଶପଥପାଠ କରିବା ଘଟଣାକୁ ନେଇ ଲୋକେ ଅନେକ ପ୍ରଶଂସା କରୁଛନ୍ତି।

Advertisment

ଆଜି ୟୁନୁସ ଖାନ ସଂସଦରେ ଶପଥ ନେଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ୟୁନୁସଙ୍କ ସହିତ ଆଜି ଅନେକ ବିଧାୟକ ସଂସ୍କୃତରେ ଶପଥ ପାଠ କରିଛନ୍ତି। ଏହି ବିଧାୟକଙ୍କ ମଧ୍ୟରେ ଉଦୟଲାଲ ଭଡ଼ାନା, ଗୋପାଳ ଲାଲ ଶର୍ମା, ଜୋଗେଶ୍ବର ଗର୍ଗ, କୈଳାଶ ଚନ୍ଦ୍ର ମିଣା, ଗଢ଼ି, ଗୋପାଳ ଶର୍ମା, ଛଗନ ସିଂହ ରାଜପୁରୋହିତ, ଜୁବେର ଖାନ, ରାମଗଢ଼ ଜେଠାନନ୍ଦ ବ୍ୟାସ, ଜୋରାରାମ କୁମାୱତ ସଂସ୍କୃତିରେ ଶପଥ ନେଇଛନ୍ତି।

ଦିଦ୍‌ୱାନାରୁ ୟୁନୁସ ଖାନ ତୃତୀୟ ଥର ବିଧାୟକ ହୋଇଛନ୍ତି।  ୨୦୦୩ରେ ବିଜେପି ଟିକେଟରେ ପ୍ରଥମଥର ନିର୍ବାଚନ ଜିତି ଦିଦ୍‌ୱାନା ନିର୍ବାଚନମଣ୍ଡଳୀରୁ ଜିତିଥିବା ପ୍ରଥମ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରାର୍ଥୀ ହୋଇଥିଲେ। ୨୦୧୩ରେ ୟୁନୁସ ଖାନ ନିର୍ବାଚନ ଜିତିଥିବା ବେଳେ ୨୦୧୮ରେ ବିଧାନସଭା ନିର୍ବାଚନରେ ଶେଷ ସମୟରେ ବିଜେପି ୟୁନୁସ ଖାନଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା।