ମରିଯିବି ପଛେ ଭାଜପା ସହିତ ମିଶି ସରକାର ଗଢିବି ନାହିଁ : ଫାରୁକ୍‌ ଅବଦୁଲ୍ଲା

ନୂଆଦିଲ୍ଲୀ: ନେସନାଲ୍‌ କନ୍‌ଫରେନ୍‌ସ ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ସହିତ ମିଶି ସରକାର ଗଢିବ ନାହିଁ। ଫାରୁକ୍‌ କହିଛନ୍ତି ‘ମରିଯିବି ପଛେ ଭାଜପା ସହିତ ମିଶି ସରକାର ଗଢିବି ନାହିଁ। ଜମ୍ମୁ-କଶ୍ମୀରରେ ଭାରତୀୟ ଜନତା ପାର୍ଟିର ଶକ୍ତି ବୃଦ୍ଧି ଲାଗି ସେ ପିଡିପିକୁ ଦାୟୀ କରିଛନ୍ତି।

ଫାରୁକ୍‌ ଅବଦୁଲ୍ଲା ଆହୁରି ମଧ୍ୟ କହିଛନ୍ତି ଯେ ସେ ମୁଫ୍‌ତି ମହମ୍ମଦ୍‌ ସଇଦ୍‌ଙ୍କୁ ଅନେକ ଥର ଭାଜପା ସହିତ ନ ମିଶିବା ଲାଗି ବୁଝାଇଥିଲେ। ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ଦଳ ଶୀଘ୍ର ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଯିବା ସପକ୍ଷରେ ଅଛି। ନିର୍ବାଚନ କମିଶନ୍‌ ରାଜ୍ୟରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ ମତ ରଖିଛନ୍ତି। ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ହୋଇପାରିଛି। ତେଣୁ ବିଧାନସଭା ନିର୍ବାଚନ କରାଯିବାରେ ଅସୁବିଧା କେଉଁଠି ରହିଲା ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର